ବାଲି ବୋଝେଇ ହାଇଓ୍ଵାରୁ ନାବାଳକ ମୃତଦେହ ଉଦ୍ଧାର

0

ଜଗତସିଂହପୁର: ଏକ ବାଲି ବୋଝେଇ ହାଇଓ୍ଵା ମଧ୍ୟରୁ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ନାବାଳକ ଜଣଙ୍କ ହେଲେ ରାକେଶ ସାହୁ ଓ ବୟସ ୧୭ ।

ସୂଚନାଯୋଗ୍ୟ, ହାଇଓ୍ଵାରେ ବାଲି ତଳେ ପୋତି ହୋଇ ରହିଥିବା ଅବସ୍ଥାରେ ରାକେଶଙ୍କୁ ଉଦ୍ଧାର କରାଯାଇଥିଲା। ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତଖାନାରେ ମୃତକଙ୍କ ବଡଭାଇ ପହଞ୍ଚିଛନ୍ତି । ତେବେ ରାକେଶଙ୍କୁ କିଏ ହତ୍ୟା କରି ବାଲି ତଳେ ପୋତି ଦେଇଥିଲା ବା ଏହା ପଛରେ କାରଣ କଣ ଅଲଗା ରହିଛଇ ତାହା ଜଣାପଡିନାହିଁ ।

Leave A Reply