୧୧ ଦିନ ପରେ ପଥର ତଳୁ ଉଦ୍ଧାର ହେଲା ମୃତଦେହ

0

କୋରାପୁଟ : ଦୀର୍ଘ ୧୧ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ପଥର ତଳେ ଫସି ରହିଥିବା ଦୁଇ କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ପରିଚୟ ଜଣାପଡ଼ି ନ ଥିବା ବେଳେ ଉଭୟଙ୍କ ପରିବାର ଲୋକଙ୍କୁ ଘଟଣାସ୍ଥଳକୁ ଡକାଯାଇଛି । ଏବେ ସୁଦ୍ଧା ପଥର ତଳେ ଫସି ରହିଥିବା ଅନ୍ୟଜଣେ କର୍ମଚାରୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନାଯୋଗ୍ୟ, ଗତ ୧ ତାରିଖରେ କୋରାପୁଟ ଜିଲା ବୋରିଗୁଡାରେ ପାହାଡରୁ ପଥର ଧସି ଦୁଇ ଜଣ କର୍ମଚାରୀ ଫସି ରହିଥିଲେ। ଓଡ୍ରାଫ ଟିମ୍‌ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ । ଏହାପରେ ଏନଡିଆରଏଫ ର ସହାୟତା ନିଆଯାଇଥିଲେ ମଧ୍ୟ ସୁଫଳ ମିଳିନଥିଲା । ଏହାପରେ ସେନା ବାହିନୀ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Leave A Reply