୧୧କେଭି ତାର ସଂସ୍ପର୍ଶରେ ଆସି ମହିଳା ମୃତ

0

ବଡ଼ସାହି: ମୟୁରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଖାନୁଆ ଗ୍ରାମ ବାଥୁଡିସାହିରେ ବିଦ୍ୟୁତ୍ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣଙ୍କ ହେଲେ ସେହି ଗ୍ରାମର ସାବିତ୍ରୀ ନାଏକ(୪୫) । ସାବିତ୍ରୀ ବିଲକୁ ଘାସ କାଟିବାକୁ ଯାଇଥିବା ବେଳେ ତାର ଛିଡି ତଳେ ପଡିଥିବା ଜାଣିପାରି ନଥିଲେ । ତାର ଗୋଡରେ ଲାଗିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ବିଦ୍ୟୁତ୍ ବିଭାଗର ବେପରୁଆ କାର୍ୟ୍ୟ ପାଇଁ ଲୋକଙ୍କ ପ୍ରାଣ ହାନି ହେଉଥିବାରୁ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଛି । ଖବରପାଇ ବଡ଼ସାହି ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛି ତଦନ୍ତ କରୁଛି ।

Leave A Reply