୧୦ହଜାର କ୍ଲବରେ ଧୋନି

0

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏକ ନୂଆ କିର୍ତ୍ତିମାନ ସ୍ଥାପନ କରିଛନ୍ତି। ଇଂଲଣ୍ଡ-ଭାରତ ଦିତ୍ୱୀୟ ଦିନିକିଆ ମ୍ୟାଚରେ ଏହି ରେକର୍ଡ କରିଛନ୍ତି। ପୂର୍ବତନ ଅଧିନାୟକ ଧୋନି କ୍ରିକେଟ ମ୍ୟାଚ ଦିନିକିଆ ୧୦ହଜାର ରନ କ୍ଲବରେ ସାମିଲ ହୋଇଛନ୍ତି।
୧୦ହଜାର ରନ କରିବାରେ ମହେନ୍ଦ୍ର ସିଂ ଧୋନି ବିଶ୍ୱର ୧୨ନମ୍ବର ଏବଂ ଦେଶର ଚତୁର୍ଥ କ୍ରିକେଟ ଖେଳାଳି। ଧୋନି ଦିନିକିଆ କ୍ରିକେଟ ୩୨୦ ମ୍ୟାଚରୁ ୨୭୩ମ୍ୟାଚରେ ବ୍ୟାଟିଙ୍ଗ କରି ୧୦୦୦୪ ରନ କରିଛନ୍ତି। ପୂର୍ବରୁ ଭାରତୀୟ କ୍ରିକେଟ ଖେଳାଳି ସଚ୍ଚିନ ତେନ୍ଦୁଲକର(୧୮୪୨୬), ସୌରଭ ଗାଙ୍ଗୁଲି(୧୧୩୬୩), ରାହୁଲ ଦ୍ରାବିଡ (୧୦୮୮୯) ଖେଳାଳି ୧୦ହଜାର ରନ କ୍ଲବରେ ସାମିଲ ହୋଇଛନ୍ତି। ଏହାବ୍ୟତୀତ ଧୋନି ଦୁନିଆର ଦ୍ୱିତୀୟ ୱିକେଟକିପର ଭାବରେ ଏହି ରନ କ୍ଲବରେ ସାମିଲ ହୋଇଛନ୍ତି।

Leave A Reply