ଅଜଣା ଗାଡି ଧକ୍କାରେ ୨ମୃତ, ୧ଗୁରୁତର

0

କଙ୍କଡାହାଡ : ଢେଙ୍କାନାଳ ଜିଲା କଙ୍କଡାହାଡ ଥାନା ଉଦାଳିଆ ଛକ ପାଖରେ ଏକ ଅଜଣା ଗାଡି ଧକ୍କାରେ ୨ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଡୋଲିଆ ଗ୍ରାମର ବିରଞ୍ଚି ସରଦାର, ଜଗା ସରଦାର ସହିତ ୭ବର୍ଷର ଶିଶୁ ରିଙ୍କୁ ସରଦାର କଙ୍କଡାହାଡ ଠାରୁ ତୋଲିଆ ଆଡକୁ  ଏକ ମୋଟର ସାଇକେଲରେ ଆସୁଥିବାବେଳେ ଦୃତ ଗତୀରେ ଏକ ଯାତ୍ରୀବାହୀ ବସ ମୋଟର ସାଇକଲକୁ ଧକ୍କା​‌ଦେଇ ଫେରାର ହୋଇଯାଇଥିଲା। ସେଠାରେ ଉପସ୍ଥିତ ଥିବା ଲୋକମାନେ ତୁରନ୍ତ ସେମାନଙ୍କୁ କାମାକ୍ଷାନଗର ଡାକ୍ତରଖାନାକୁ ପଠାଇଥିଲେ। ମାତ୍ର ସେଠାରେ ପ୍ରଥମେ ଜଗବନ୍ଧୁଙ୍କ ମୃତ୍ୟୁ ହୋଇଥିବାବେଳେ ପରେ ବିରଞ୍ଚିଙ୍କର ମୃତ୍ୟୁ ଘଟିଥିଲା।

Leave A Reply