ଢେଙ୍କିକୋଟରେ ପଣ୍ଡିତ ଗୋପବନ୍ଧୁ ଜୟନ୍ତୀ ପାଳିତ

ପାଟଣା : ତ୍ୟାଗ ଓ ସେବାର ମୂର୍ତ୍ତିବନ୍ତ ପ୍ରତିକ ପୂଣ୍ୟାତ୍ମା ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ବୁଧବାର ଢେଙ୍କିକୋଟ ପଞ୍ଚାୟତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସମାଜ ପ୍ରତିନିଧି ନୃସିଂହ ନାଥ ସିଂହଙ୍କ ସଂଯୋଜନାରେ ଅନୁଷ୍ଠିତ ଜୟନ୍ତୀ ସଭାରେ ମୁଖ୍ୟ ଅତିଥି ଭାବେ ଢେଙ୍କିକୋଟ ସରପଞ୍ଚ ଗୌରୀ ବାରିକ ଗୋପବନ୍ଧୁଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରି ଜୟନ୍ତୀ ସଭାକୁ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ସମାଜସେବୀ କୁଳମଣି ମଣ୍ଡଳ , ସମ୍ମାନିତ ବକ୍ତା ଭାବେ ଶିକ୍ଷକସଦାଶିବ ବେହେରା , ସାମାଜିକ କର୍ମୀ ଦୟାନିଧି ମହାନ୍ତ ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ଜୀବନାଦର୍ଶ ସାହିତ୍ୟ ସାଧନା ତାଙ୍କୁ ଯୁଗ ଯୁଗ ପାଇଁ ଅମର କରି ରଖିବ ବୋଲି ମତ ପ୍ରକାଶ କରିଥିଲେ । ସାମାଜିକ କର୍ମୀ କୃଷ୍ଣଚନ୍ଦ୍ର ବାରିକ ଛାତ୍ର ଭବାନୀଶଙ୍କର ସିଂହ , ଚନ୍ଦନ କୁମାର ମହାନ୍ତ ଓ ଗଣମାଧ୍ୟମ ପ୍ରତିନିଧି ଅଭିମନ୍ୟୁ ରାଉତ ପ୍ରମୁଖ କାର୍ୟ୍ୟକ୍ରମରେ ସାମିଲ ଥିଲେ ।

Comments are closed.