ପୂର୍ବତନ ବିଧାୟକଙ୍କ ଗାଡି ଉପରକୁ ବୋମାମାଡ

0

ଢେଙ୍କାନାଳ : ଗନ୍ଦିଆଁ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଗାଡି ଉପରେ ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି। ତେବେ ଶ୍ରୀ ନନ୍ଦ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗନ୍ଦିଆଁ ବ୍ଲକ ଠାକୁରପାଳ ଛକଠାରେ ସ୍ୱଭିମାନ ସୁରକ୍ଷା ରାଲିରେ ଯାଉଥିବା ବେଳେ ଏହି ବୋମାମାଡ ହୋଇଛି । ଦୁଇଜଣ ଦୁବୁର୍ତ୍ତ ବୋମାମାଡ କରିଥିବା ଅଭିଯୋଗ ହୋଇଛି। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଁଛି ତଦନ୍ତ ଆରମ୍ଭ କରିଛି। ବୋମାମାଡରେ ଗାଡିଟି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ତେବେ ବୋମାମାଡର କାରଣ ଜଣାପଡି ନାହିଁ।

Leave A Reply