ଖଡ଼ଗ ପ୍ରସାଦ ଡ଼ଙ୍ଗାବୁଡ଼ି ଘାଟଣା ଆଉ ଜଣଙ୍କ ମୃତଦେହ ଉଦ୍ଧାର

0

ଢ଼େଙ୍କାନାଳ: ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅନ୍ତର୍ଗତ ଖଡ଼ଗ ପ୍ରସାଦ ଘାଟରେ ଡ଼ଙ୍ଗାବୁଡ଼ି ଘାଟଣାରେ ସୋମବାର ଜଣଙ୍କ ମୃତଦେହ ମିଳିଥିବାବେଳେ ମଙ୍ଗଳବାର ଆଉ ଜଣଙ୍କର ମୃତଦେହ ମିଳିଛି । ମୃତଙ୍କ ନାମ ରମେଶ ସାହୁ । ପାଣି ଗେଙ୍ଗୁଟିଆ ଘାଟରୁ ସ୍ଥାନୀୟ ଲୋକ ରମେଶଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକେ ମୃତଦେହ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ଏହାପରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବାସହ  ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନା ଅନୁଯାୟୀ, ଶନିବାର ରାତିରେ ବ୍ରାହ୍ମଣୀ ନଦୀର ଖଡ଼ଗ ପ୍ରସାଦ ଘାଟରୁ ଏକ ଡ଼ଙ୍ଗାରେ ୯ ଜଣ ନଦୀ ପାର ହେଉଥିବା ସମୟରେ ମଝି ନଈରେ ଡ଼ଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ପହଁରି ପହଁରି କୂଳରେ ଆସି ପହଞ୍ଚିଥିଲେ।

Leave A Reply