ମହାନଦୀ ପ୍ରସଙ୍ଗରେ ଛତିଶଗଡ ସରକାରଙ୍କୁ ପୁଣି ନିନ୍ଦିଲେ ଧର୍ମେନ୍ଦ୍ର ପ୍ରଧାନ

0

ସମ୍ବଲପୁର: ମହାନଦୀ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛତିଶଗଡ ସରକାରଙ୍କୁ ପୁଣି ସମାଲୋଚନା କରିଛନ୍ତି । ଉପରମୁଣ୍ଡରେ ଛତିଶଗଡ ବଳପୂର୍ବକ ମହାନଦୀ ପାଣିକୁ ଅଟକାଇ ରଖି ଶିଳ୍ପସଂସ୍ଥାକୁ ପାଣି ଯୋଗାଇ ଦେଉଛନ୍ତି । ଯାହାଦ୍ବାରା ଅଣ ମୌସୁମୀ ଋତୁରେ ମହାନଦୀ ତଳ ମୁଣ୍ଡକୁ ପାଣି ଆସୁନାହିଁ । ଏନେଇ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ ଏବଂ କେନ୍ଦ୍ର ପକ୍ଷରୁ ପୁରା ସହଯୋଗ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । କେନ୍ଦ୍ର ସରକାରଙ୍କ ୪ ବର୍ଷ ପୂର୍ତ୍ତି ଅବସରରେ ସମ୍ବଲପୁରରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିବା ଅବସରରେ ଧର୍ମେନ୍ଦ୍ର ପ୍ରଧାନ ଏପରି କହିଛନ୍ତି । ଏହି ସମ୍ମିଳନୀରେ ମହାନଦୀ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ସମାଲୋଚନା କରିଛନ୍ତି ।

Leave A Reply