କାନାଡ଼ାର ପୂର୍ବତନ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାକ୍ଷାତ

ନୂଆଦିଲ୍ଲୀ/ଭୁବନେଶ୍ୱର : କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଷ୍ଟିଫେନ୍‍ ହାର୍ପର ଏବଂ ସାସ୍କାଚେୱାନ୍‍ର ବାଣିଜ୍ୟ ଓ ଯୋଗାଣ ବିକାଶ ମନ୍ତ୍ରୀ ଜେର୍ମି ହାରିସନ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ୍‍ କରିଛନ୍ତି। ସାସ୍କାଚେୱାନ୍‍ ସମେତ ଭାରତ ଓ କାନାଡା ମଧ୍ୟରେ ଉର୍ଜା କ୍ଷେତ୍ର ଏବଂ ହାଇ​ଡ୍ରୋକାର୍ବନ କ୍ଷେତ୍ରକୁ ସୁଦୃଢ କରିବା ଉପରେ ଆଲୋଚନା ହୋଇଥିଲା। ଭାରତ ଓ କାନାଡା ମଧ୍ୟରେ ଥିବା ସମ୍ପର୍କକୁ ମଧ୍ୟ ମଜଭୁତ୍‍ କରିବା ଉପରେ ଚର୍ଚ୍ଚା ହୋଇଥିଲା।

Comments are closed.