ଅଜଣାଗାଡି ଧକ୍କାରେ ବାଇକ ଆରୋହୀ ମୃତ

0

ଆମପାଣି/ଧର୍ମଗଡ : ଶନିବାର ଆମପାଣି ଘାଟିରେ ଏକ ବାଇକକୁ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଛି। ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ କୋରାପୁଟ ହାଟପଦାର ମୂନାପ୍ରସାଦ(୨୬) ବୋଲି ଜଣାପଡିଛି। ସେ ନବରଂଙ୍ଗ ପୁର ଏକ ଘରେଇ କମ୍ପାନୀରେ କାମ କରୁଥିଲୋ ଶନିବାର କୈାଣସି କାମକୁ ନେଇ ସେ ଏପି-୩୧ ବିଜେ ୮୪୫୩ ନଂ ପଲସର ବାଇକଯୋଗେ ଭବାନୀପାଟଣାକୁ ଆସୁଥିଲେ। ଖବର ପାଇ ଆମପାଣି ପୁଲିସ ଘଟଣାସ୍ଥଳକୁ ପହଞ୍ଚିଥିଲା। କିନ୍ତୁ ମୃତକଙ୍କ କେହି ଆତ୍ମିୟ ସ୍ୱଜନ ପାଖରେ ନଥିବାରୁ ଥାନାର ଏସଆଇ ଝଜନେ ନାଏକ,ଓ ଜନୈକ କନେଷ୍ଠବଳ ଶବକୁ ଟେକି ଗାଡିରେ ଭର୍ତ୍ତି କରି ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠି ସ୍ୱସ୍ଥ୍ୟକେନ୍ଦ୍ରକୁ ଆଣିବା ସହ ବ୍ୟବଚ୍ଛେଦ ଗୃହକୁ ନେଇଥିଲେ। ପରେ ପରିବାରଲୋକ ପହଞ୍ଚିବା ପରେ ଶବ ହସ୍ତାନ୍ତର କରାଯାଇଥିଲା ପୁଲିସକୁ ନେଇ ସାଧାରଣରେ ଏକ ଭୂଲ ଧାରଣା ରହଥିବାବେଳେ ଏଭଳି କାମ କରି ଆମପାଣି ପୁଲିସ ତା’ର ମାବିକତାର ପରିଚୟ ଦେଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave A Reply