ନାବାଳିକାକୁ ବଳାତ୍କାର ଅଭିଯୋଗରେ ବିବାହିତ ଯୁବକ ଗିରଫ

0

ଧର୍ମଗଡ : କଳାହାଣ୍ଡି ଜିଲାରେ ନାବାଳିକାକୁ ବଳାତ୍କାର ଅଭିଯୋଗରେ ଜଣେ ବିବାହିତ ଯୁବକ ଗିରଫ ହୋଇଥିବା ଜଣାପଡିଛି। ବିବାହିତ ଯୁବକଙ୍କ ନାମ ସୁକ୍ରୀବ ଜାଲ(୨୬)। ତାଙ୍କ ଘର ଧର୍ମଗଡ ଥାନା ଅନ୍ତର୍ଗତ ରଙ୍କାବାହାଲ ବୋଲି ଜଣାପଡିଛି। ଯୁବକ ଜଣକ ବିବାହିତ ଓ ତାଙ୍କର ଏକ ଛୋଟ ଛୁଆ ଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଅଭିଯୁକ୍ତ ସୁକ୍ରୀବ ଜଣେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ନାବାଳିକାକୁ ବଳାତ୍କାର କରିଥିଲେ। ଏନେଇ ପରିବାର ଲୋକ ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଧର୍ମଗଡ ପୁଲିସ ଏନେଇ ମାମଲା ରୁଜୁ କରିବା ସହ ନାବାଳିକାକୁୁ ଡାକ୍ତରୀମାଇନା ପାଇଁ ପଠାଇ ଅଭିଯୁକ୍ତକୁ ଅଟକ ରଖିଛି। ଶନିବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଉପଖଣ୍ଡ ପୁଲିସ ଅଧିକାରୀ ସୁରେନ୍ଦ୍ର ନାଥ ଶତପଥୀ ପ୍ରକାଶ କରିଛନ୍ତି।

Leave A Reply