ଏକାଦଶୀରେ କରନ୍ତୁ ନାହିଁ ଏହି କାର୍ଯ୍ୟ

0

ଆଜି ପବିତ୍ର ଭାଦ୍ରବ ଶୁକ୍ଳପକ୍ଷ ଏକାଦଶୀ ଏହାକୁ ଜୟନ୍ତୀ ଏକାଦଶୀ ମଧ୍ୟ କୁହାଯାଏ। ଏହି ଏକାଦଶୀରେ ବିଷ୍ଣୁଙ୍କ ବାମନ ଅବତାରକୁ ପୂଜା କରାଯାଏ। ଶାସ୍ତ୍ରରେ ଏପରି ବହୁ କାର୍ଯ୍ୟ ବିଷୟରେ ଉଲ୍ଲେଖ ରହିଛି, ଯାହାକୁ ଏକାଦଶୀ ଦିନ କରିବା ଉଚିତ ନୁହେଁ। ଏହି ଦିନ ସେହି ସମସ୍ତ କାର୍ଯ୍ୟ କଲେ ବହୁ କ୍ଷତି ହୋଇଥାଏ ଏବଂ ଭଗବାନଙ୍କ କୃପା ପ୍ରାପ୍ତି ହୋଇ ନଥାଏ ବୋଲି ବିଶ୍ବାସ ରହିଛି । ତେବେ ଆସନ୍ତୁ ଜାଣିବା ଏକାଦଶୀ ଦିନ କେଉଁ କାର୍ଯ୍ୟ କରିବା ଅନୁଚିତ୍…..

ଏକାଦଶୀ ଦିନ ନିଶାଦ୍ରବ୍ୟ ସେବନ ଏବଂ ଜୁଆ ଖେଳିବା ଉଚିତ ନୁହେଁ।

ଦିନ ସମୟରେ ଆଦୌ ଶୋଇବା ଉଚିତ ନୁହେଁ।

ଏକାଦଶୀ ବ୍ରତ କରିବା ଦିନ ରାତିରେ ବିଷ୍ଣୁଙ୍କ ପାଠ ବା ଜପ କରିବା ଉଚିତ।

ଏହି ଦିନରେ ପାନ ମଧ୍ୟ ଖାଇବା ଅନୁଚିତ।

ଏହି ଦିନରେ ମହୁ, ଶାଗ, ଆମିଷ, ଚଣା, ମସୁର ଡ଼ାଲି ଓ ଭାତ ଆଦି ଖାଇବା ଅନୁଚିତ।

Leave A Reply