ଜାଣନ୍ତୁ ଗ୍ରହ ଅନୁଯାୟୀ କିଭଳି କରିବେ ଅଶ୍ୱତ୍ଥ ବୃକ୍ଷଙ୍କୁ ପୂଜା

ଅଶ୍ୱତ୍ଥ ବୃକ୍ଷ ସାଧାରଣ ବୃକ୍ଷ ନୁହେଁ। ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହି ବୃକ୍ଷକୁ ଖୁବ ପବିତ୍ର ବୋଲି କୁହାଯାଇଛି। ଶାସ୍ତ୍ର ଅନୁଯାୟୀ, ଅଶ୍ୱତ୍ଥ ବୃକ୍ଷରେ ଅଦ୍ଭୁତ ଶକ୍ତି ଥାଏ। ଗ୍ରହ ଅନୁଯାୟୀ କିଭଳି ଏହି ବୃକ୍ଷକୁ ପୂଜା କରିବେ ଜାଣନ୍ତୁ….
ସୂର୍ଯ୍ୟ –
ଯେଉଁ ବ୍ୟକ୍ତିଙ୍କର ନକ୍ଷତ୍ର ମାନଙ୍କ ସ୍ୱାମୀ ସୂର୍ଯ୍ୟ ଦେବ , ସେମାନେ ରବିବାର ଦିନ ପ୍ରାତଃ କାଳରେ ଅଶ୍ୱତ୍ଥ ବୃକ୍ଷର ୫ ଥର ପରିକ୍ରମା କରିବା ଉଚିତ।
ଚନ୍ଦ୍ର –
ଯେଉଁ ବ୍ୟକ୍ତିଙ୍କର ନକ୍ଷତ୍ର ମାନଙ୍କ ସ୍ୱାମୀ ଭଗବାନ ଚନ୍ଦ୍ର, ସେ ପ୍ରତି ସୋମବାର ଅଶ୍ୱତ୍ଥ ବୃକ୍ଷ ମୂଳରେ ଧଳା ପୁଷ୍ପ ଅର୍ପଣ କରନ୍ତୁ। ୪ଥର ପରିକ୍ରମା କରନ୍ତୁ।
ମଙ୍ଗଳ –
ଯେଉଁ ବ୍ୟକ୍ତିଙ୍କର ନକ୍ଷତ୍ର ମାନଙ୍କର ସ୍ୱାମୀ ମଙ୍ଗଳ, ସେମାନେ ଜନ୍ମ ନକ୍ଷତ୍ର ଦିନ ଓ ପ୍ରତି ମଙ୍ଗଳବାର ଏକ ତମ୍ବା ଲୋଟାରେ ଜଳ ଭରି ଏହି ବୃକ୍ଷ ନିକଟରେ ଅର୍ପଣ କରନ୍ତୁ।
ବୁଧ –
ଯେଉଁ ବ୍ୟକ୍ତିଙ୍କର ନକ୍ଷତ୍ର ମାନଙ୍କର ସ୍ୱାମୀ ବୁଧ ଗ୍ରହ, ଜନ୍ମ ନକ୍ଷତ୍ର ଦିନ ଏହି ବୃକ୍ଷ ନିକଟରେ ନିଜ ଉପରେ ଜଳ ଛିଞ୍ଚନ କରନ୍ତୁ।
ବୃହସ୍ପତି –
ଯେଉଁ ବ୍ୟକ୍ତିଙ୍କର ନକ୍ଷତ୍ର ମାନଙ୍କ ସ୍ୱାମୀ ବୃହସ୍ପତି, ସେମାନେ ନିଜର ଜନ୍ମ ନକ୍ଷତ୍ର ଦିନ ଓ ଗୁରୁବାର ଦିନ ଏହି ବୃକ୍ଷ ନିକଟରେ ହଳଦିଆ ପୁଷ୍ପ ଅର୍ପଣ କରନ୍ତୁ।
ଶୁକ୍ର –
ଯେଉଁ ବ୍ୟକ୍ତିଙ୍କର ନକ୍ଷତ୍ର ମାନଙ୍କର ସ୍ୱାମୀ ଶୁକ୍ର, ସେମାନେ ନିଜର ଜନ୍ମ ନକ୍ଷତ୍ର ଦିନ ଏହି ବୃକ୍ଷ ନିକଟରେ ନିଜ ଉପରେ ଜଳ ଛିଞ୍ଚନ କରନ୍ତୁ।
ଶନି – ଯେଉଁ ବ୍ୟକ୍ତିଙ୍କର ନକ୍ଷତ୍ର ମାନଙ୍କର ସ୍ୱାମୀ ଶନି, ସେମାନେ ପ୍ରତ୍ୟେକ ଶନିବାର ଦିନ ଏହି ବୃକ୍ଷ ନିକଟରେ ତେଲର ଦୀପ ଲଗାନ୍ତୁ।

Comments are closed.