ଜାଣନ୍ତୁ ମହାଶିବରାତ୍ରୀରେ କେଉଁ ରଙ୍ଗର ବସ୍ତ୍ର ପରିଧାନ କରିବା ଉଚିତ

0

ଶିବରାତ୍ରୀ ପର୍ବ ଚଳିତ ବର୍ଷ ସମ୍ପୂର୍ଣ୍ଣ ଦେଶରେ ମାର୍ଚ୍ଚ ୪ ତାରିଖରେ ପାଳନ ହେବ। ଶିବଭକ୍ତଙ୍କ ପାଇଁ ଏହି ଦିନଟି ଖୁବ ଖାସ ଅଟେ। ମାନ୍ୟତା ଅନୁଯାୟୀ, ଏହି ଦିନ ଭଗବାନ ଭୋଳାଶଙ୍କରଙ୍କର ଆରାଧନା କରିବା ଦ୍ୱାରା ଭକ୍ତଙ୍କର ସମସ୍ତ ମନୋକାମନା ପୂରଣ ହୋଇଥାଏ। ତେଣୁ ଏହି ଦିନ ଲୋକେ ପ୍ରଭୁ ଶିବଶଙ୍କରଙ୍କୁ ପ୍ରସନ୍ନ କରିବା ପାଇଁ ଶ୍ରଦ୍ଧା ସହ ପୂଜାର୍ଚ୍ଚନା କରିଥାଆନ୍ତି। ଆପଣ ହୁଏତ ଜାଣି ନଥିବେ ପୂଜାର୍ଚ୍ଚନା କରିବା ପାଇଁ ରଙ୍ଗମାନଙ୍କର ବହୁତ ମହତ୍ତ୍ୱ ରହିଛି। ଜାଣନ୍ତୁ ପ୍ରଭୁ ଶଙ୍କରଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା କରିବା ସମୟରେ କେଉଁ ରଙ୍ଗର ପୋଷାକ ପିନ୍ଧିବା ଉଚିତ….
ଭଗବାନ ଶଙ୍କରଙ୍କୁ ପୂଜା କରିବା ସମୟରେ ସବୁଜ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
ପୂଜା ସମୟରେ ଭୁଲରେ ବି କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ। କଳା ରଙ୍ଗର ପୋଷାକ ପିନ୍ଧିଲେ ସେ କ୍ରୋଧିତ ହୋଇଥାଆନ୍ତି।
ସବୁଜ ରଙ୍ଗର ପୋଷାକ ପିନ୍ଧିବା ବ୍ୟତୀତ ଲାଲ ରଙ୍ଗର ବସ୍ତ୍ର ମଧ୍ୟ ପିନ୍ଧିପାରିବେ।
ଧଳାର ରଙ୍ଗର ପୋଷାକ ମଧ୍ୟ ପିନ୍ଧିପାରିବେ।
ହଳଦିଆ ରଙ୍ଗର ପୋଷାକ ପିନ୍ଧିପାରିବେ।
ନୀଳ ରଙ୍ଗର ପୋଷାକ ପିନ୍ଧି ପାରିବେ।
କେଶର ରଙ୍ଗର ପୋଷାକ ପିନ୍ଧି ପାରିବେ।
ସକାଳ ସମୟରେ ସ୍ନାନ କରି ସଫା ବସ୍ତ୍ର ପିନ୍ଧନ୍ତୁ। ସୂତା କନାର ପୋଷାକ ପିନ୍ଧିବା ଦ୍ୱାରା ମନରେ ଶୁଦ୍ଧତା ଆସିଥାଏ। ଏହାପରେ ପୂଜାର ବିଧି ଅନୁଯାୟୀ ପୂଜାର୍ଚ୍ଚନା କରନ୍ତୁ।

Leave A Reply