ପ୍ରେମିକର ଘର ଆଗରେ ଧାରଣାରେ ବସିଲେ ପ୍ରେମିକା

ରାୟଗଡ଼ା : ରାୟଗଡ଼ା ଜିଲା ଶେଷଖାଲ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଗୁରୁବାର ଏକ ଆଭାବନୀୟ ଘଟଣା ଘଟିଯାଇଛି । ପ୍ରେମୀକା ତାର ପ୍ରେମ ପାଇଁ ଯୁବକଙ୍କ ଘର ଆଗରେ ଅନଶନରେ ବସିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ରାୟଗଡ଼ାର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ  ଯୁବତୀ ଜଣଙ୍କ ପଢ଼ୁଥିଲେ । ଏହାପରେ କଲେଜର ଜଣେ ଶିକ୍ଷକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଶିକ୍ଷକ ଜଣଙ୍କ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ଶୋଷଣ କରିଥିବା ଯୁବତୀ ଜଣଙ୍କ  ଥାନାରେ ଅଭିଯୋଗ କରିଛନ୍ତି । ଯୁବକଙ୍କର ବିବାହ ଅନ୍ୟତ୍ର ଠିକ ହୋଇଥିବା ଜାଣି ଯୁବତୀ ଜଣଙ୍କ ଯୁବକଙ୍କ ଘର ଆଗରେ ଅନଶନରେ ବସିରହିଛନ୍ତି ।  

Comments are closed.