ମହୋଦଧିରେ ପାପ ଧୋଇଲେ କଂସ ମହାରାଜ

0

ପୁରୀ : ସୋମବାର ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଶେଷ ହୋଇଯାଇଛି। କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ବର ପ୍ରଧାନ ନିଜ ପାପ ଧୋଇବା ପାଇଁ ମଙ୍ଗଳବାର ଦିନ ପୁରୀ ଶ୍ରୀକ୍ଷେତ୍ର ପହଞ୍ଚିଛନ୍ତି। କଂସ ମହାରାଜ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ମଠରେ ପହଞ୍ଚିବା ପରେ ମହୋଦଧିରେ ସ୍ନାନ କରିଥିଲେ। ମହୋଦଧିରେ ସ୍ନାନ କରିବା ପରେ ଶ୍ରୀଜୀଉଙ୍କ ଦର୍ଶନ କରି କ୍ଷମା ପ୍ରାର୍ଥନା କରିଛନ୍ତି।

ବରଗଡରେ ଚାଲିଥିବା ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ସୋମବାର ରାତିରେ ଉଦଯାପିତ ହୋଇଯାଇଛି। ଏହା ୧୧ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଏହା ପଶ୍ଚିମ ଓଡିଶାର ଏକ ବିଶାଳ ମହୋତ୍ସବ ଅଟେ। ଏହାକୁ ଦେଖିବାକୁ ଦୂରଦୁରାନ୍ତରୁ ବହୁ ଜନ ସମାଗମ ହୋଇଥିଲା।

 

Leave A Reply