ଜାଣନ୍ତୁ, କେଉଁ ମନୋସ୍କାମନା ପୂରଣ ପାଇଁ ଧନତେରାସ ଦିନ କ’ଣ କିଣିବେ !

0

ଧନତେରାସ ଦିନ ଧନର ଦେବତା କୁବେରଙ୍କୁ ପୂଜା କରାଯାଏ । ଭଗବାନ କୁବେରଙ୍କୁ ପୂଜା କରିବା ଦ୍ବାରା ଅପାର ଧନ ପ୍ରାପ୍ତିର ବରଦାନ ମିଳିଥାଏ । ଭଗବାନ କୁବେରଙ୍କୁ ସନ୍ତୁଷ୍ଟ କରିବା ବିଭିନ୍ନ ଉପାୟରେ ପୂଜାର୍ଚ୍ଚନା କରାଯାଏ । ଏହା ସହ ଧନତେରାସ ଦିନ କିଣାକିଣି କଲେ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି ।

କେଉଁ ମନୋସ୍କାମନା ପୂରଣ ପାଇଁ ଧନତେରାସ ଦିନ କ’ଣ କିଣିବେ

ଆର୍ଥିକ ଲାଭ ପାଇଁ ପାଣି ରଖିବା ବା ପିଇବା ପାତ୍ର କିଣନ୍ତୁ ।
ବ୍ୟବସାୟରେ ଉନ୍ନତି ପାଇଁ ଯେକୌଣସି ଧାତୁର ଦୀପ କିଣି ପାରନ୍ତି ।
ସନ୍ତାନ ସମ୍ବନ୍ଧୀୟ ସମସ୍ୟା ଥିଲେ, ଥାଳି ବା ଗିନା କିଣନ୍ତୁ ।
ଉତ୍ତମ ସ୍ବାସ୍ଥ୍ୟ ଏବଂ ଦୀର୍ଘାୟୁ ପାଇଁ ଧାତୁର ଘଣ୍ଟି କିଣନ୍ତୁ ।
ଘରେ ସୁଖ-ଶାନ୍ତି ଓ ପରସ୍ପର ମଧ୍ୟରେ ପ୍ରେମ ସମ୍ପର୍କ ସୁଦୃଢ ପାଇଁ ରୋଷେଇ ପାଇଁ ବ୍ୟବହାର ହେଉଥିବା ବାସନକୁସନ କିଣିନ୍ତୁ ।
ଏହି ଦିନ ନିଜ ସାମର୍ଥ୍ୟ ଅନୁଯାୟୀ ଅବଶ୍ୟ ଦାନ କରନ୍ତୁ ।

ଧନତେରାସ ଦିନ ଧନ ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ

ଏହି ଦିନ ଛୋଟ ବା ବଡ ଚାନ୍ଦିର ବସ୍ତୁ କିଣନ୍ତୁ ।
ଏହାକୁ ନେଇ ଘରେ ପୂଜା ସ୍ଥାନରେ ରଖନ୍ତୁ ।
ଦୀପାବଳି ଦିନ ଏହି ବସ୍ତୁଟିକୁ ମା’ ଲକ୍ଷ୍ମୀଙ୍କ ନିକଟରେ ଅର୍ପଣ କରନ୍ତୁ ।
ଦୀପାବଳି ପର ଦିନ ଏହି ବସ୍ତୁଟିକୁ ଚାଉଳ ଡବା ବା ବସ୍ତାରେ ରଖନ୍ତୁ ।
ତାହାକୁ ବର୍ଷସାରା ଚାଉଳ ଡବାରେ ରଖିବାକୁ ଦିଅନ୍ତୁ ।
ଏପରି କରିବା ଦ୍ବାରା ବର୍ଷସାରା ଆର୍ଥିକ ଅନଟନ ଦେଖା ଦେବନାହିଁ ।

କିଣାକଣି କରିବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଦ୍ବିପ୍ରହର ବା ସଂଧ୍ୟା ସମୟରେ ବାସନକୁସନ ବା ଅଭୂଷଣ କିଣନ୍ତୁ ।
ପ୍ରଥମେ ମା’ ଲକ୍ଷ୍ମୀଙ୍କ ନିକଟରେ ପୂଜା କରିବା କରିବା ପରେ ଏହାକୁ ବ୍ୟବହାର କରନ୍ତୁ ।
ସଂଧ୍ୟା ସମୟରେ ଦୀପଦାନ କରନ୍ତୁ ।

ଆଲେଖ୍ୟ-ବୈଜୟନ୍ତି ନାୟକ

Leave A Reply