ଧନତେରସ ପାଇଁ ସୁନା ଦୋକାନରେ ଗ୍ରାହକଙ୍କ ଭିଡ଼

0

ଝାରସୁଗୁଡ଼ା : ମଙ୍ଗଳବାର ଦିନ କାଳୀପୂଜା। ଆଜି ପବିତ୍ର ଧନତେରସ୍‍। ଏହି ପବିତ୍ର ଦିନରେ ସୁନା, ରୂପା ସମେତ ଅନ୍ୟ ମୂଲ୍ୟବାନ ଧାତୁ କିଣିଲେ ଘରକୁ ମା’ଲକ୍ଷ୍ମୀ ବିରାଜିତ ହୋଇଥାଆନ୍ତି ବୋଲି ବିଶ୍ୱାସ ରହିଛି। ଏହି କାରଣରୁ ସହର ତଥା ରାଜ୍ୟର ପ୍ରାୟ ସମସ୍ତ ଗହଣା ଦୋକାନରେ ଭିଡ଼ ଦେଖିବାକୁ ମିଳିଛି। ଝାରସୁଗୁଡ଼ା ସହରର ବିଭିନ୍ନ ସୁନାଗହଣା ଦୋକାନରେ ଲୋକଙ୍କ ବେଶ୍‍ ଭିଡ଼ ଜମିଛି। ରଙ୍ଗୀନ ଆଖି ଝଲସା ଆଲୋକମାଳାରେ ଦୋକାନ ବଜାର ସଜେଇ ହୋଇଛି। ଗହଣା ଦୋକାନମାନଙ୍କରେ ବିଭିନ୍ନ ଅଫର ମଧ୍ୟ ରହିଛି। ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଭଳିକି ଭଳି ଅଫର ମଧ୍ୟ ରହିଛି। ଗ୍ରାହକମାନଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ନୂଆ ନୂଆ ଡ଼ିଜାଇନର ଗହଣା ଦୋକାନମାନଙ୍କରେ ଉପଲବ୍ଧ ହେଉଛି। ସୁନା ଦର ମହଙ୍ଗା ରହିଥିଲେ ମଧ୍ୟ ଭିନ୍ନ ଭିନ୍ନ ଅଫର ଓ ସୁନାର ଡ଼ିଜାଇନ ରହିଥିବାରୁ ବେପାର ଭଲ ହେବ ବୋଲି ବ୍ୟବସାୟୀ ଆଶା ରହିଛନ୍ତି।

Leave A Reply