ଧନିଆ ପନିର

ଆବଶ୍ୟକ ସାମଗ୍ରୀ
କଟା ପନିର – ୨୦୦ ଗ୍ରାମ
କ୍ରିମ – ଆବଶ୍ୟକ ପରିମାଣରେ
ଦହି – ୧କପ
କଟା ପିଆଜ – ୧ଟି
କଟା ସିମଲା ଲଙ୍କା – ୧ଟି
କଟା ଟମାଟୋ – ୨ଟି
କଟା କଞ୍ଚା ଲଙ୍କା – ୩ଟି
ଅଦା ରସୁଣ ବଟା – ୩ ଚାମଚ
କଟା ଧନିଆ ପତ୍ର – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
ଗୋଲମରିଚ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଗରମ ମସଲା – ଆବଶ୍ୟକ ପରିମାଣରେ
ଜେଜପତ୍ର – ୨ଟି
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁ୍‍ତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କଟା ପନିରକୁ ଭାଜନ୍ତୁ। ପନିର ଭାଜି ହୋଇଗଲେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ତେଲରେ କଟା ପିଆଜ, ସିମଲା ଲଙ୍କାକୁ ଭାଜନ୍ତୁ। କିଛି ସମୟ ଭାଜିବା ପରେ ଅଦା ରସୁଣ ବଟା, କଞ୍ଚା ଲଙ୍କା ପକାଇ ଭଲ ଭାବେ କଷନ୍ତୁ। କଷିବା ପରେ ଏଥିରେ କଟା ଟମାଟୋ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଧନିଆ ଗୁଣ୍ଡ, ଗରମ ମସଲା, ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ କଷି ଦିଅନ୍ତୁ। କଷିବା ପରେ ଦହି ପକାଇ ସଙ୍ଗେ ସଙ୍ଗେ ଭଲ ଭାବେ ଗୋଳାନ୍ତୁ। ୨କପ ପାଣି ଦେଇ ୧୦ ରୁ ୧୫ ମିନିଟ ଗ୍ୟାସରେ ବସାଇ ଭଜା ହୋଇଥିବା ପନିରକୁ ପକାଇ ଗୋଳାଇ ଦିଅନ୍ତୁ। ଏବେ ଏହାକୁ ଏକ ପାତ୍ରକୁ କାଢି ଧନିଆ ପତ୍ର , କ୍ରିମ ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଧନିଆ ପନିର।

Comments are closed.