ଚାନ୍ଦବାଲିରେ ବିଜେଡି ପାର୍ଥିଙ୍କୁ ନେଇ ସାମ୍ବାଦିକ ସମ୍ମିଳନିରେ କଡା ସମାଲୋଚନା

0

ଧାମରା : ଚାନ୍ଦବାଲିର ବର୍ତ୍ତମାନ ବିଧାୟକ ବ୍ୟୋମକେଶ ରାଏଙ୍କୁ ପୁନଶ୍ଚ ଟିକଟ ପ୍ରଦାନ ସମ୍ଭାବନାକୁ ନେଇ ଏକ ସାମ୍ବାଦିକ ସମ୍ମିଳନିରେ ତୀବ୍ର ବିରୋଧ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନିରେ ବ୍ୟୋମକେଶ ରାଏ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ସ୍ୱାର୍ଥକୁ ଦୃଷ୍ଟି ନଦେଇ କେବଳ କଥାରେ ସାଧାରଣ ଜନତାଙ୍କୁ ଠକି ଚାଲିଛନ୍ତି ବୋଲି ମତ ପ୍ରକାଶ ପାଇଥିଲା। ବିଗତ ୫ବର୍ଷ ମଧ୍ୟରେ ବିଧାୟକ ଚାନ୍ଦବାଲି ବିଧାନ ସଭା କ୍ଷେତ୍ର ନଦୀ ନାଳ ଘେରା ହୋଇଥିବା ଦୃଷ୍ଟି କୋଣରୁ ଲୋକ ମାନଙ୍କୁ ଭୂଆଁ ବୁଲାଇବା ପାଇଁ ତିନିଥର, ଧାନ ଖଣିଆ, ଚୌଧୁରୀଘାଟ, ବାଲିଆପାଳ ଘାଟ ଏବଂ ପଞ୍ଚୁଟିକ୍ରି ଠାରେ ସେତୁ ନିର୍ମାଣ କରିବେ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ। ଏହି ସେତୁ ଗୁଡିକ କେବଳ କାଗଜ କଲମରେ ସିମୀତ ହୋଇ ରହିଥିବା ବେଳେ ପୁନଶ୍ଚ ଚକମା ଦେଖାଇ ବାଂଶଡା ସେତୁକୁ ବ୍ୟୋମକେଶଙ୍କ କାର୍ଯ୍ୟକାଳ ସମୟରେ ଶେଷ କରିବା ସମ୍ଭବ ହୋଇ ପାରିଲା ନାହିଁ ଫଳରେ ସେ ଆଉ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ କୌଣସି ପରିସ୍ଥିତିରେ ଟିକଟ ପାଇବା ପାଇଁ ଯୋଗ୍ୟ ବିବେଚିତ ନୁହନ୍ତି ବୋଲି ମତ ପ୍ରକାଶ ପାଇଥିଲା। ଚାନ୍ଦବାଲି ନିର୍ବାଚନ କ୍ଷେତ୍ରରେ କୌଣସି ଠାରେ ଜଣେ ଏମବିବିଏସ ଡାକ୍ତରଙ୍କୁ ନିଯୁକ୍ତି, ଖାଉଟି କାର୍ଡରେ ପାତର ଅନ୍ତର ନୀତି ଏବଂ ଚାନ୍ଦବାଲିରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଶାସକ ଦଳର ଗୁଣ୍ଡା ମାନେ ମହିଳା ମାନଙ୍କୁ ଆକ୍ରମଣ କରିବା ଆଦି କଥାକୁ ନେଇ ଏହି ବୈଠକରେ ଚଚ୍ଚା ହୋଇଥିଲା। ଯଦି ଏଭଳି ବ୍ୟକ୍ତିଙ୍କୁ ପୁର୍ନବାର ବିଧାୟକ ପ୍ରାର୍ଥି ଭାବରେ ମନୋନୀତ କରାଯାଏ ତା ହେଲେ ବହୁ ଶାସକ ଦଳର ତୁଙ୍ଗ ନେତା ଦଳ ପରିତ୍ୟାଗ କରିବେ ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା। ବ୍ୟୋମକେଶଙ୍କୁ ନେଇ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ସ୍ୱର ଉତ୍ତୋଳନ ହୋଇଛି ତେଣୁ ଦଳର ସଭାପତି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀକୁ ଦୃଷ୍ଟିରେ ରଖି ପ୍ରାର୍ଥି ଚୟନ କରିବା ଜରୁରୀ ହୋଇ ପଡିଛି ବୋଲି ଆଜିର ଏହି ସମ୍ବାଦଦାତା ବୈଠକରେ ଯୋଗ ଦେଇଥିବା ନେତା ମାନେ ମତ ରଖିଥିଲେ। ରବିବାର ଏହି ବୈଠକରେ ଗୋଲକ ବିହାରୀ ମହାନ୍ତି, ପ୍ରଫୁଲ ସାହୁ, ସନ୍ଥଚରଣ ନାୟକ, ସୁକାନ୍ତ ନାୟକ, ପ୍ରହ୍ଲାଦ ଦାସ, ଫକୀର ସାହୁ, ରତିକାନ୍ତ ସାହୁ, ଦଶରଥ ନାୟକ, ସୁକାନ୍ତ ମହାଳିକ, କୀର୍ତନ ସାହୁ, ଭାରତଭୂଷଣ ରାଏ, ବିଜୟ ନାୟକଙ୍କ ସମେତ ବହୁ ସ୍ଥାନୀୟ କର୍ମୀ ଏହି ସମ୍ବାଦଦାତା ବୈଠକ ଯୋଗ ଦେଇଥିଲେ।

Leave A Reply