ଧାମରାରେ ଇଭିଏମ ଓ ଭିଭିପାର୍ଟ ସଚେତନତା କାର୍ଯ୍ୟକ୍ରମ

0

ଧାମରା : ଭଦ୍ରକ ଜିଲା ଧାମରା ଜୋନର ଥିବା ଧାମରା, କଇଥଖୋଲା, ଦୋସିଙ୍ଗା, କରଞମାଳ, କରଣପଲ୍ଲୀ, ପଞ୍ଚୁଟିକ୍ରି , ଜାଗୁଳା ଏବଂ ବାଂସଡା ପଞ୍ଚାୟତ ଗୁଡିକରେ ଇଭିଏମ ଓ ଭିଭି ପାର୍ଟ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟର ମାନଙ୍କୁ ଇଭିଏମ ଭୋଟଦାନ ସମ୍ପର୍କରେ ସଚେତନତା କରାଯାଉଛି। ଧାମରା ଅତିରିକ୍ତ ତହସିଲଦାରଙ୍କ ଅଫିସ ତରଫରୁ ସୁପରଭାଇଜର ଦାଶରଥି ଦାସଙ୍କୁ ନୋଡାଲ ଅଫିସର ଭାବେ ,କରଞ୍ଜମାଳ ଆଞ୍ଚଳିକ ସାଧନ କେନ୍ଦ୍ରର ସିଆରସିସି ଅନୁପ କୁମାର ଦାସ, କୁଆମରା ସିଆରସିସି ଗୋରାଚାନ୍ଦ ମାଝିଙ୍କୁ ଡେମୋ ଅଫିସର ଭାବରେ ଏବଂ ଦୋସିଙ୍ଗା ଉଚ୍ଚ ବିଦ୍ୟାଳୟର ମାଧବ ଚନ୍ଦ୍ର ଜେନା , ଧାମରାଇ ବିଦ୍ୟାଳୟର ଅଶୋକ କୁମାର ବିଶ୍ୱାଳ ସହଯୋଗୀ ଭାବରେ ଏବଂ ବାଂଶଡା ଥାନାର ବସନ୍ତ ବାରିକ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କରଞ୍ଜମାଳ ସିଆରସିସି ଅନୁପ କୁମାର ଦାସଙ୍କ ନିକଟରୁ ପ୍ରକାଶ।

Leave A Reply