ଧାମରା ବନ୍ଦର ସମ୍ମୁଖରୁ କୋଇଲା ବୋଝେଇ ଟ୍ରକ ଜବତ

0

ଧାମରା : ବାଂଶଡା ପୁଲିସ ବୁଧବାର ବିଳମ୍ବିତ ରାତିରେ ଏକ ଚୋରା କୋଇଲା ଟ୍ରକ ଜବତ କରିଛି। ଘଟଣାରୁ ଜଣାଯାଇଛି କାଳୀପୂଜା ବିଳମ୍ବିତ ରାତିରେ ଧାମରା ବନ୍ଦର ଗେଟ ସମ୍ମୁଖରୁ ଏକ ଚୋରା କୋଇଲା ଟ୍ରକ (ଓଆର ୨୨ଏଫ ୭୨୫୫) ବାହାର ରାଜ୍ୟକୁ ଚାଲାଣ ହେଉଥିବା ସମୟରେ ପୁଲିସ ଜବତ କରିଛି। ବାଂଶଡା ଥାନାର ଆଇଆଇସି ରମେଶ ସିଂ,ହାବିଲଦାର ବରକତ ଅଲ୍ଲି ନିଜ ଟିମ ସହ ଯାଇ ଏହି ଟ୍ରକଟିକୁ ଜବତ କରିବା ସହ ଥାନାରେ ଅଟକ ରଖିଛି। ଟ୍ରକ୍‍ର ଚାଳକ କହିବା ଅନୁସାରେ ଏହି ଟ୍ରକ ବାହାର ରାଜ୍ୟକୁ ଚାଲାଣ ହେବ ବୋଲି ଲୋଡ ହୋଇଥିଲା। ଏହି ଟ୍ରକକୁ ଜବତ କରିବା ପରେ ଧାମରା ବନ୍ଦର ମଧ୍ୟରୁ କୋଇଲା ଏଠାରେ ଉଲ୍ଲେଖଯୋଗ୍ୟ ଚଳିତମାସ ଚାନ୍ଦବାଲି ଥାନାଧିକାରୀ ଚୋରା କୋଇଲା ବୋଝେଇ ୪ଟି ଟ୍ରକ ଜବତ କରାଯାଇଥିଲା।

Leave A Reply