ଧାମରାରେ ତଟ ସୁରକ୍ଷା ସାଗର କବଚ; ଶେଷ ପର୍ଯ୍ୟାୟରେ ଧରା ପଡିଲେ ୪ ଆତଙ୍କବାଦୀ

0

ଧାମରା: ସମୁଦ୍ର ତଟ୍ଟ ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ ଆରମ୍ଭ ହୋଇଥିବା ତଟସୁରକ୍ଷା ସାଗର କବଚ-୨୦୧୯ ବୁଧବାର ଶେଷ ହୋଇଛି। ଶେଷ ପର୍ଯ୍ୟାୟରେ ଧାମରା ନିକଟସ୍ଥ ପ୍ରତିରକ୍ଷା ଘାଟି ନିକଟରେ ପାରାଦ୍ୱୀପ ଠାରୁ ଏକ ମାଛ ଧରା ଲଞ୍ଚ ଯୋଗେ ଆସୁଥିବା ୪ ଜଣ ଆତଙ୍କବାଦୀଙ୍କୁ ଧାମରା ମେରାଇନ ପୁଲିସ ଧରିବାରେ ସଫଳ ହୋଇଛି। ବୁଧବାର ସକାଳ ୬ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଅପରାହ୍ଣ ୫ଟା ସମୟରେ ଆତଙ୍କବାଦୀମାନେ ଧରା ପଡିଥିଲେ। ପରେ ସେମାନଙ୍କୁ ଧାମରା ମେରାଇନ ଥାନକୁ ଅଣାଯାଇ ସେମାନଙ୍କ ସମସ୍ତ କାଗଜପତ୍ର ଯାଞ୍ଚ କରାଯାଇଥିଲା। ସେମାନେ ଭାରତୀୟ ତଟ ସୁରକ୍ଷା ବାହିନୀର କର୍ମଚାରୀ ବୋଲି ଜଣା ପଡିବା ପରେ ସେମାନଙ୍କୁ ଛଡା ଯାଇଥିଲା ବୋଲି ଧାମରା ମେରାଇନ ଥାନାର ଥାନାଧିକାରୀ ଶ୍ରୀକାନ୍ତ କୁମାର ପତିଙ୍କ ନିକଟରୁ ପ୍ରକାଶ। ଏହି ସୁରକ୍ଷାଭ୍ୟାସ ୨ ଦିନ ଧରି ଚାଲିବ ବୋଲି ଜିଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଥିବାବେଳେ ବୁଧବାର ୪ଜଣ ଆତଙ୍କବାଦୀ ଧରା ପଡିଛନ୍ତି। ୨୦୧୯ ମସିହା ପାଇଁ ତଟ ସୁରକ୍ଷା ସାଗର କବଚ କାର୍ଯ୍ୟକ୍ରମ ଶେଷ ହୋଇଛି।

Leave A Reply