ଗିରଫ ହେଲେ ଘୁମୁସୁରା ଉପଖଣ୍ଡ ବନାଞ୍ଚଳ ଅଧିକାରୀ

0

ବ୍ରହ୍ମପୁର : ବ୍ରହ୍ମପୁର ଭଞ୍ଜନଗର ଦକ୍ଷିଣ ଘୁମସର ଡିଏଫଓ ବିଜୟ କେତନ ଆଚାର୍ଯ୍ୟଙ୍କୁ ଭିଜିଲାନ୍ସ ଗିରଫ କରିଛି। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଗତ ୨୩ ତାରିଖ ଦିନ ଭିଜିଲାନ୍ସ ପକ୍ଷରୁ ଭଞ୍ଜନଗର ତାଙ୍କର ସରକାରୀ ବାସଭବନ, ଭୁବନେଶ୍ୱର ଦୁଇଟି, କଟକର ଗୋଟିଏ ସମେତ ମୋଟ ୫ଟି ସ୍ଥାନରେ ଚଢଉ କରାଯାଇଥିଲା।
ଏହି ଚଢଉରେ ଭିଜିଲାନ୍ସ ପକ୍ଷରୁ ୩କୋଟି ୨୨ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଗିରଫ ପରେ ଅଭିଯୁକ୍ତ ଡିଏଫଓ ବିଜୟ କେତନ ଆଚାର୍ଯ୍ୟଙ୍କୁ କୋର୍ଟଚାଲାଣ କରାଯାଇଛି।

Leave A Reply