ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳନ କରାଯାଉଛି ‘ଛଟ୍‍ ପର୍ବ’

ପାଟନା : ବିହାରରେ ଶନିବାର ପ୍ରବଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ‘ଛଟ୍‍’ ପର୍ବ ପାଳନ କରାଯାଉଛି। ଛଟ୍‍ ଗୀତ ଓ ସଙ୍ଗୀତର
ସ୍ୱରରେ ସମଗ୍ର ରାଜ୍ୟରେ ଏକ ଭକ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି । ଏହି ଚାରିଦିନିଆ ଉତ୍ସବ ଆସନ୍ତାକାଲି ଉଦୀୟମାନ ସୂର୍ଯ୍ୟଙ୍କୁ ପ୍ରାତଃ ଅର୍ଘ୍ୟ ଅର୍ପଣ ସହ ସମ୍ପୂର୍ଣ୍ଣ ହେବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛଟ୍‍ ପର୍ବ ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୂର୍ଯ୍ୟଦେବତା ସଦାସର୍ବଦା ତାଙ୍କର ଶକ୍ତି ଓ ଶୌର୍ଯ୍ୟ ଦ୍ୱାରା ସମସ୍ତଙ୍କୁ ଉଦ୍‍ଭାସିତ କରନ୍ତୁ ତଥା ଆମ ଦେଶ ସଫଳତା ଓ ସମୃଦ୍ଧିର ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କରୁ ବୋଲି ଶ୍ରୀ ମୋଦୀ ଟ୍ୱିଟ୍‍ ବାର୍ତ୍ତାରେ ଆଶା ପ୍ରକାଶ କରିଛନ୍ତି।

Comments are closed.