ହୀରା ବ୍ୟବସାୟୀଙ୍କ ହତ୍ୟା : ଟିଭି ଅଭିନେତ୍ରୀଙ୍କୁ ଜେରା

0

ମୁମ୍ବଇ : ଟିଭି ଧାରାବାହିକ ‘ସାଥ୍ ନିଭାନା ସାଥିୟା’ ର ଲୋକପ୍ରିୟ ଅଭିନେତ୍ରୀ ଗୋପୀ ବୋହୂ ତଥା ଦେବୋଲୀନା ଭଟ୍ଟାଚାର୍ଯ୍ୟଙ୍କୁ ମୁମ୍ବଇ ପୁଲିସ ହୀରା ବ୍ୟବସାୟୀ ରାଜେଶ୍ୱର କିଶୋରୀଲାଲଙ୍କ ହତ୍ୟା ମାମଲାରେ ପଚରାଉଚରା କରିଛି। ପୁଲିସ ଦେବୋଲୀନାଙ୍କ ନମ୍ବର ରାଜଶ୍ୱେରଙ୍କ ମୋବାଇଲ୍ କଲ୍ ଡିଟେଲ୍ସରୁ ପାଇଥିଲା। ତେଣୁ ଏନେଇ ଦେବୋଲୀନା ପୁଲିସର ତଦନ୍ତ ପରିସରକୁ ଆସିଛନ୍ତି। ଦେବୋଲୀନାଙ୍କ ସହ ହୀରା ବ୍ୟବସାୟୀଙ୍କ କ’ଣ ସମ୍ପର୍କ ଓ କେଉଁ କାରଣରୁ ତାଙ୍କ ମୋବାଇଲରେ ଅଭିନେତ୍ରୀଙ୍କ ନମ୍ବର ଆସିଲା ଏହାକୁ ନେଇ ଖୋଳତାଳ କରୁଛି ପୁଲିସ।

ସୂଚନା ଅନୁସାରେ, ରାଜେଶ୍ୱରଙ୍କୁ ଅପହରଣ କରାଯିବାର ୧୦ ଦିନ ପରେ ରାୟଗଢ଼ ଜିଲାରୁ ପୁଲିସ ତାଙ୍କ ମୃତ ଦେହ ଉଦ୍ଧାର କରିଥିଲା। ଏହି ମାମଲାରେ ଜଣେ ମନ୍ତ୍ରୀଙ୍କ ପିଏଙ୍କ ସମେତ ୨ ଜଣଙ୍କୁ ଗିରଫ କରାଯାଇଛି। ୨ ଜଣ ସୁପାରୀ କିଲର୍ ୫ ଲକ୍ଷ ଟଙ୍କା ନେଇ ଏହି ହତ୍ୟା କରିଥିବା ପୁଲିସ ଜାଣିବାକୁ ପାଇଥିଲା।

Leave A Reply