ଇସ୍ତଫା ଦେଲେ ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‍

ମହାରାଷ୍ଟ୍ର: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‍ ରାଜ୍ୟପାଳ ଭଗତସିଂହ କୋସିଆରିଙ୍କ ସାକ୍ଷାତ କରି ଇସ୍ତଫାପତ୍ର ଦେଇଛନ୍ତି। ଚଳିତ ବିଧାନସଭାର କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେଉଛି। ୨୮୮ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ୧୦୫ଟି ଆସନ ସହ ବିଜେପି ଏକକ ସର୍ବବୃହତ୍‍ ଦଳ ଭାବେ ଉଭା ହୋଇଥିଲା ବେଳେ ସହଯୋଗୀ ଦଳ ଶିବସେନାକୁ ୫୬ଟି ଆସନ ମିଳିଛି। ଏକକ ସର୍ବବୃହତ୍‍ ଦଳ ଭାବେ ବିଜେପି ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ଅଡି ବସିଥିଲା।

ଶିବସେନା ମଧ୍ୟ ସମାନ ସମାନ କ୍ଷମତା ବଣ୍ଟନ ସହ ଅଢେଇ ବର୍ଷ ଲେଖାଏଁ ଦୁଇଟି ଦଳ ମୁଖ୍ୟମନ୍ତ୍ରୀ ପଦ ରହିବାକୁ ଦାବି କରୁଛି। ଆସନ୍ତା କାଲି ସରକାର ଗଠନ ପାଇଁ ପ୍ରସ୍ତାବ ନ ଆସିଲେ ସେଠାରେ ରାଷ୍ଟ୍ରପତି ଶାସନ ଜାରି ହେବା ଏକ ପ୍ରକାର ନିଶ୍ଚିତ।

Comments are closed.