ଆଦିବାସୀ ଭାଷାର ଉନ୍ନତି ପାଇଁ ଦାବିପତ୍ର

0

ମାଲକାନଗିରି : ଆଦିବାସୀ ଭାଷା ଓ ଶିକ୍ଷାର ଉନ୍ନତି ନିମନ୍ତେ ମାଲକାନଗିରି ଜିଲା ଆଦିବାସୀ ସମାଜ ବିଧାୟକ ମାନସ ମାଡ଼କାମିଙ୍କୁ ଦାବିପତ୍ର ଦେଇଛି। ସୂଚନା ଅନୁସାରେ ସାନ୍ତାଳ, କୋୟା, ପରଜା ଓ ଦୁରୁଆ ସମ୍ପ୍ରଦାୟର ଭାଷାର ଉନ୍ନତି ସହ ୮୧୬ ପ୍ରାଥମିକ ବିଦ୍ୟାଳୟରେ ଏହିସବୁ ଭାଷାର ଶିକ୍ଷକ ନିଯୁକ୍ତି ଦାବିରେ ଦାବିପତ୍ର ଦିଆଯାଇଛି। ତେବେ ଏହି ଦାବିକୁ ଯଥା ଶୀଘ୍ର କାର୍ୟ୍ୟକାରୀ କରିବା ପାଇଁ ବିଧାୟକ ଶ୍ରୀ ମାଡ଼କାମି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କୁ ଚିଠି ଲେଖିଜଣାଇଛନ୍ତି ।

Leave A Reply