ଏଭଳି ଜଣେ ଅଭିନେତା ଜାହାଙ୍କର ଟିକିଏ ଝଲକ ପାଇଁ ପାଗଳ ହେଉଥିଲେ ଝିଅ

ଆସନ୍ତାକାଲି ଦେବ ଆନନ୍ଦଙ୍କ ଶ୍ରାଦ୍ଧ ବାର୍ଷିକୀ

ମୁମ୍ବଇ : ବଊିଉଡର ଏଭଳି ଜଣେ ଅଭିନେତା ଥିଲେ ଯାହାଙ୍କର ଚଳଚ୍ଚିତ୍ର ଦେଖିବା ପାଇଁ ଯୁବକ ଠାରୁ ଆରମ୍ଭ କରି ଯୁବତୀ ପର୍ୟ୍ୟନ୍ତ ସମସ୍ଥେ ପାଗଳ ହେଉଥିଲେ। ଯାହାର ସାରା ଦୁନିଆ ଦିୱାନା ଥିଲା। ସେ ଖାଲି ଏକ କଳାକାର ନଥିଲେ ଥିଲେ ଜଣେ ଷ୍ଟାର। ତାଙ୍କର ଗୋଟିଏ ଝଲକ ପାଇବାପାରଇଁ ଯୁବତୀମାନେ ପାଗଳ ହେଉଥିଲେ। ଏଭଳି ଜଣେ କଳାକାର ହେଉଛନ୍ତି “ଦେବ ଆନନ୍ଦ”। ଆସନ୍ତାକଳାଲି ହେଉଛି ଏହି ମହାନ କଳାକାରଙ୍କର ଶ୍ରାଦ୍ଧ ବାର୍ଷିକୀ।

pic courtesy-news18.com

ତେବେ ଆସନ୍ତୁ ଦେବାନନ୍ଦଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଜାଣିବା ତାଙ୍କ ଜୀବନର କିଛି ଜଣା ଅଜଣା କଥା……………………
ଦେବ ଆନନ୍ଦ ଏକାଧାରାରେ ଜଣେ ନିର୍ଦେଶକ, ସଙ୍ଗୀତଜ୍ଞ, ନିର୍ମାତା, ଅଭିନେତା ଥିଲେ। ୧୯୯୩ ମସିହା ସେପ୍ଟେମ୍ବର ୨୬ରେ ଦେବ ଆନନ୍ଦ ପଞ୍ଜାବରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରକୃତ ନାମ ଥିଲା ଧର୍ମଦେବ ଫିସୋରିମାଲ ଆନନ୍ଦ କିନ୍ତୁ ପରବର୍ତ୍ତି ସମୟରେ ସେ ବଲିଉଡରେ ଦେବ ଆନନ୍ଦ ନାମରେ ସୁପରିଚିତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ସ୍ନେହରେ ଚିରୁ ବୋଲି ଡାକୁଥିଲେ ।

pic courtesy-india tv

ସେ ତାଙ୍କର ପ୍ରଥମ ବଲିଉଡ ଯାତ୍ରା ୧୯୪୬ ମସିହାରେ ‘ହମ ଏକ ହେଁ’ ଚଳଚ୍ଚିତ୍ର ମାଧ୍ୟମରେ ଆରମ୍ଭ କରିଥିଲେ। ଦେବ ଆନନ୍ଦଙ୍କ ଅଲଗା ଅନ୍ଦାଜ ଦର୍ଶକଙ୍କ ମନରେ ଘର କରିନେଇଥିଲା । ‘ନବକେତନ ଫିଲ୍ମ’ ନାମରେ ୧୯୪୯ରେ ନିଜ ପ୍ରଥମ ପ୍ରଡକ୍ସନ ହାଉସ ଖୋଲିଥିଲେ ।
ଦେବ ଆନନ୍ଦ ତାଙ୍କ ସମୟରେ ବହୁତ ସୁନ୍ଦର ଥିଲେ । ଝିଅମାନେ ତାଙ୍କ ପାଇଁ ପାଗଳ ଓ ଏପରିକି ଅନେକ ନାଁ ସହ ତାଙ୍କ ନାମକୁ ଯୋଡା ଯାଇଛି । ଏପରିକି ଦେବ ଆନନ୍ଦଙ୍କୁ କଳା ରଙ୍ଗ ଡ୍ରେସରେ ଦେଖିବା ପାଇଁ ଜଣେ ଝିଅ ଛାତ ଉପରୁ ଡେଇଁ ପଡିଥିଲେ ବୋଲି ଜଣାପଡ଼ିଥିଲା। ‘ଟାକ୍ସି ଡ୍ରାଇଭର’ ସିନେମା ସମୟରେ ସେ କଳ୍ପନା କାର୍ଥିକଙ୍କୁ ଲଞ୍ଚ ବ୍ରେକ ସମୟରେ ପ୍ରପୋଜ କରିଥିଲେ ଓ ଦୁହେଁ ବିବାହ ମଧ୍ୟ କରିଥିଲେ । ଶେଷରେ ୨୦୧୧ ଡିସେମ୍ବର ୩ରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ ।

Comments are closed.