ସ୍ୱାସ୍ଥ୍ୟ ପାଇଁ ଦେଶୀ ଘିଅର ଆବଶ୍ୟକତା

0

ଦେଶୀ ଘିଅ ପିଲାମାନଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ ଆବଶ୍ୟକ ସହ ଖୁବ ଉପକାରୀ ଅଟେ। ଏହାର ସବୁଠାରୁ ମୁଖ୍ୟ କାରଣ ହେଉଛି ଏହାକୁ ଖାଇବା ଦ୍ୱାରା ହାଡ଼ ଶକ୍ତ ହୋଇଥାଏ। ପିଲାମାନଙ୍କ ପାଇଁ ଏପରି ହିଁ ଖାଦ୍ୟର ଆବଶ୍ୟକ ରହିଛି ଯାହା ସେମାନଙ୍କ ଶରୀରର ବିକାଶ ଓ ହାଡ଼କୁ ସୁସ୍ଥ ଓ ଶକ୍ତ କରିବ। ଦେଶୀ ଘିଅ ଖାଇବା ଦ୍ୱାରା ଏହି ସମସ୍ତ ଉପକାର ହୋଇଥାଏ। ଜାଣନ୍ତୁ ଏହି ଘିଅର ଉପକାରିତା ବିଷୟରେ ….
ଏହାକୁ ଖାଇବା ଦ୍ୱାରା ଶରୀରରେ ଶକ୍ତିର ବୃଦ୍ଧି ହୋଇଥାଏ।
ଏହା ସ୍ମରଣ ଶକ୍ତି ବୃଦ୍ଧି କରିବା ପାଇଁ ମଧ୍ୟ ସହାୟକ ହୋଇଥାଏ।
ପିଲାମାନେ ଏହାକୁ ଖାଇବା ଦ୍ୱାରା ସହଜରେ ହଜମ ହେବା ସହ କାର୍ଯ୍ୟ କରିବା ପାଇଁ ଆଗ୍ରହ ବଢିଥାଏ।
ଯେଉଁମାନେ ବୟସ ଅନୁଯାୟୀ ବହୁତ ଦୁର୍ବଳ, ସେମାନେ ଏହାକୁ ଖାଇବା ଦ୍ୱାରା ଓଜନ ବଢିଥାଏ।
ଘିଅକୁ ପିଲାଙ୍କ ନାକରେ ପକାଇବା ଦ୍ୱାରା ନାକରେ ଥିବା ଏଲର୍ଜିରୁ ରକ୍ଷା ମିଳିଥାଏ।
ଏକ ବର୍ଷରୁ ଅଧିକ ଛୋଟ ପିଲାଙ୍କୁ ଖେଚେଡ଼ି, ଦଲିଆ, ଭାତରେ ଘିଅ ପକାଇ ଖାଇବାକୁ ଦେଲେ ସେମାନଙ୍କର ଶରୀରର ସଠିକ ଭାବେ ବିକାଶ ହୋଇଥାଏ।
ଏହାକୁ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।
ଘିଅ ଖାଇବା ଦ୍ୱାରା ମସ୍ତିଷ୍କର ସୁଚାରୁ ରୂପେ ବିକାଶ ହୋଇଥାଏ।

Leave A Reply