ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ସହକାରୀ ଜିଲାପାଳଙ୍କ ଆତ୍ମହତ୍ୟା ଅଭିଯୋଗ

0

ରାୟଗଡା : ରାୟଗଡା ଜିଲା ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ସହକାରୀ ଜିଲାପାଳ ରୂପେ କାର୍ୟ୍ୟ କରୁଥିବା ଶିବ ପ୍ରସାଦ ପାଣିଗ୍ରାହୀଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ରବିବାର ସକାଳେ ସେ କୌଣସି କାରଣରୁ ମାତ୍ରାଧିକ କୁଇନାଇନ୍ ବଟିକା ଖାଇ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି । ଗତ କିଛି ଦିନ ହେବ ପାଣିଗ୍ରାହୀ କ୍ରମକ୍ଷେତ୍ରରେ କାର୍ଯ୍ୟ ଚାପରେ ଅତିଷ୍ଠ ହୋଇ ପଡିଥିବାରୁ ଏଭଳି ପଦକ୍ଷେପ ନେଇଥିବା ତାଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି ।

Leave A Reply