ଚିହ୍ନଟ ହେଲେ ଆଉ ଜଣେ ଡେଙ୍ଗୁ ରୋଗୀ

0

ନୟାଗଡ: ନୟାଗଡ ଚିକିତ୍ସାଳୟରେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ ଯେ, ଏବେ ପୁଣି ରାଜ୍ୟରେ ଡେଙ୍ଗୁ ଆତଙ୍କ ଦେଖାଦେଇଛି। ସପ୍ତାହକ ମଧ୍ୟରେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୩ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସରକାରୀ ଭାବେ କୁହାଯାଇଛି। ପୂର୍ବରୁ ହାଟଡ଼ିହି ବ୍ଲକ ହାବଳେଶ୍ୱର ପଞ୍ଚାୟତ ଡ଼ିମିରିଆ ଗ୍ରାମର ଶଶିକାନ୍ତ ବାରିକଙ୍କ ପୁଅ ତ୍ରୈଲୋକ୍ୟ ବାରିକ (୩୨) ଡ଼େଙ୍ଗୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୪ତାରିଖରେ ତାଙ୍କର ମୃତ୍ୟୁ ହୋଇଛି। ତୈଲୋକ୍ୟଙ୍କୁ ଗୁରୁତର ଅବସ୍ଥାରେ ୨୨ତାରିଖରେ ଏସ୍ସିବି ଡେଙ୍ଗୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Leave A Reply