ଡେଙ୍ଗୁରେ ଯୁବକଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା

ପାଟଣା : କେନ୍ଦୁଝର ଜିଲା ଘଟଗାଁ ବ୍ଲକ ସାନ୍ତରାପୁର ଗ୍ରାମର ବେଲାଲ ଖାନ (୩୫)ଙ୍କର ଗତ ଶୁକ୍ରବାର ରାତି ୨ ଟା ୧୫ ମିନିଟ୍ ସମୟରେ ଭୁବନେଶ୍ବରର ଆମ୍ରି ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁକୁ ନେଇ ଘଟଗାଁ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଆମ୍ରି କତ୍ତୃପକ୍ଷଙ୍କ ରକ୍ତ ପରୀକ୍ଷା ରିପୋର୍ଟରେ ବେଲାଲ ଖାନଙ୍କର ଡେଙ୍ଗୁ ଚିହ୍ନଟ ହୋଇଥିବା ୧୬ତାରିଖ ପରିକ୍ଷା ରିପୋର୍ଟ ମିଳିବା ପରେ ଅଞ୍ଚଳରେ ଡେଙ୍ଗୁ ମଶା ଥିବା ଚର୍ଚ୍ଚାର କାରଣ ପାଲଟିଛି। ତେବେ କିଛି ବର୍ଷ ହେଲା ଡାଇବେଟିସରେ ପିଡିତ ହୋଇ ନିୟମିତ ଔଷଧ ଖାଉଥିବା ବେଲାଲ ଖାନ ଗତ ଗୁରୁବାର ୧୪ ତାରିଖ ଗୁରୁତର ଅବସ୍ଥାରେ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା । ସେଠାରୁ କଟକ ମେଡିକାଲ ରେଫର କରାଯାଇଥିଲେ ମଧ୍ୟ କଟକରେ ଚିକିତ୍ସା ଗ୍ୟାରେଣ୍ଟି ନ ମିଳିବାରୁ ଶୁକ୍ରବାର ଘର ଲୋକେ ବେଲାଲ ଖାନକୁ ଭୁବନେଶ୍ବରର ଆମ୍ରି ହସପିଟାଲରେ ଭର୍ତ୍ତି କରିଥିଲେ । ତେବେ ଶୁକ୍ରବାର ରାତି ୨ ଟା ୧୫ ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ବେଲାଲର ମରଶରୀର ଗ୍ରାମକୁ ଅଣାଯାଇ ଅନ୍ତିମ ସଂସ୍କାର କରାଯାଇଥିବା ବେଲାଲଙ୍କ ମୃତ୍ୟୁ ପ୍ରକୃତରେ ଡେଙ୍ଗୁରେ ମୃତ୍ୟୁ ହୋଇଛି କି ନାହିଁ ସନ୍ଦେହ ସୃଷ୍ଟି ହୋଇଥିବାରୁ ବୁଧବାର ସାନ୍ତରାପୁରକୁ ଏକ ଡାକ୍ତରୀ ଦଳ ଗ୍ରାମବାସୀଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଆସୁଥିବା ଜଣାପଡିଛି।

Comments are closed.