ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ; ୭୫ ମିଟର ମଧ୍ୟରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭଙ୍ଗାଗଲା

ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ବର ୭୫ ମିଟର ଦୂରତା ମଧ୍ୟ​‌ରେ ଥିବା ସମସ୍ତ ମଠ, ମନ୍ଦିର ଓ ଦୋକାନ ବଜାର ଉଚ୍ଛେଦ କାର୍ଯ୍ୟ ପୁଣି ତ୍ବରାନ୍ବିତ ହୋଇଛି। ଶ୍ରୀମନ୍ଦିର ନିକଟରେ ଥିବା ଏକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ବୁଧବାର ସକାଳେ ଜିଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ସମସ୍ତ ଆସବାବ ପତ୍ରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସେହିପରି ଶ୍ରୀମନ୍ଦିର ନିକଟରେ ଥିବା ପଞ୍ଜାବୀ ମଠକୁ ମଧ୍ୟ ଜିଲ୍ଲା ପ୍ରଶାସନ ସିଲ୍ କରି ଦେଇଛି।

Comments are closed.