ରାସ୍ତାକଡ଼ରେ ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା

0

ମାଲକାନଗିରି : ମାଲକାନଗିରି ଜିଲା ଲୀଳାସାମ୍ବେରୁ ପଞ୍ଚାୟତ ବାଡାଲପୁଟ୍‍ ଖମାରିଖରା ଅଞ୍ଚଳରେ ଜଣେ ମହିଳା ରାସ୍ତା କଡ଼ରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ସ୍ଥାନୀୟ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ନ ଆସିବାରୁ ମହିଳା ଜଣଙ୍କ ରାସ୍ତାରେ ପ୍ରସବ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ପରିବାର ଲୋକେ ଖବର ଦେବା ପରେ ଆମ୍ବୁଲାନ୍ସ ଆସି ନଥିଲା। ତେଣୁ ପ୍ରସୂତିଙ୍କୁ ଭାରାରେ ଡାକ୍ତରଖାନା ନିଆଯାଉଥିଲା।

Leave A Reply