ଜୈସେ ଆତଙ୍କବାଦୀ ସଜ୍ଜାଦ ଖାନ ଗିରଫ

0

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ କୁହାଯାଉଥିବା ମୁଦାସୀର ଖାନର ସହଯୋଗୀ ତଥା ଜୈସେ-ଏ- ମହମ୍ମଦ ଆତଙ୍କୀ ସଂଗଠନ ସହ ଜଡିତ ଆତଙ୍କବାଦୀ ସଜ୍ଜାଦ ଖାନଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଜାତୀୟ ତଦନ୍ତକାରୀ ସଂସ୍ଥା – ଏନଆଇଏ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୭ବର୍ଷୀୟ ସଜ୍ଜାଦକୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ ଦିଲ୍ଲୀ ପୁଲିସର ଏକ ସ୍ୱତନ୍ତ୍ର ଟିମ ତାକୁ ଲାଲ କିଲ୍ଲା ଅଞ୍ଚଳରୁ ଗିରଫ କରିଛି। ସଜ୍ଜାଦକୁ ରାଜଧାନୀ ଦିଲ୍ଲୀରେ ଆଡ୍ଡା ସ୍ଥାପନ କରିବାକୁ ଜୈସେ-ଏ- ମହମ୍ମଦ ଆତଙ୍କବାଦୀ ମୁଦାସୀର ଖାନ ଦାୟିତ୍ୱ ଦେଇଥିଲା। ତେବେ ମାର୍ଚ୍ଚ ୧୧ରେ ସୁରକ୍ଷା ବଳ ସହ ଗୁଳି ବିନିମୟରେ ମୁଦାସୀରର ମୃତ୍ୟୁ ହୋଇଥିଲା। ପୁଲୱାମା ଆତଙ୍କବାଦୀ ଆକ୍ରମଣ ସମୟରେ ସଜ୍ଜାଦ ଲଗାତାର ଭାବେ ମୁଦାସୀର ସହ ସମ୍ପର୍କରେ ଥିଲା। ପୂର୍ବରୁ ତାର ଅନ୍ୟ ଦୁଇ ଭାଇ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥାଇ ପୁଲିସ ଗୁଳିରେ ମୃତ୍ୟୁ ବରଣ କରିଥିଲେ।

Leave A Reply