ଅକ୍ଷରଧାମ ମନ୍ଦିର ନିକଟରେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ

ନୂଆଦିଲ୍ଲୀ : ଅକ୍ଷରଧାମ ମନ୍ଦିର ନିକଟରେ ରବିବାର ଦିଲ୍ଲୀ ପୁଲିସ ଏବଂ କେତେକ ଅଜଣା ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ଦିନ ୧୧ଟାରେ ଏକ ଧଳା ରଙ୍ଗର କାର୍‍ କୁ ଯାଞ୍ଚ ପାଇଁ ପୁଲିସ ଅଟକାଇବାରୁ ସେଥିରେ ଥିବା ଚାରି ଜଣ ପୁଲିସ ଟିମ ଉପରକୁ ଗୁଳି ଚଳାଇଥିଲେ। ସେହି ସମୟରେ ପୁଲିସ ପାଲଟା ଗୁଳି ଚଳାଇବାରୁ ଅପରାଧିମାନେ ଅକ୍ଷରଧାମରୁ ଗୀତା କଲୋନୀ ଦେଇ ଫେରାର ହୋଇଯାଇଥିଲେ। ଘଟଣାରେ କେହି ମୃତାହତ ହୋଇନଥିବା  ବେଳେ ଅପରାଧିଙ୍କୁ ଧରିବାକୁ ପୁଲିସ ଉଦ୍ୟମ ଜାରି ରଖିଛି।

Comments are closed.