ଦିଲ୍ଳୀବାସୀଙ୍କୁ କେଜରିୱାଲଙ୍କ ଆଶ୍ୱସ୍ତି; ୨୪ ଟଙ୍କାରେ ମିଳିବ ପିଆଜ

ନୂଆଦିଲ୍ଳୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ପିଆଜ ଦରକୁ ନିୟନ୍ତ୍ରିତ କରିବା ପାଇଁ ଅରବିନ୍ଦ କେଜରିୱାଲଙ୍କ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ପିଆଜ କିଲୋ ପ୍ରତି ୨୪ ଟଙ୍କାରେ ବିକିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

କେଜରିୱାଲ ସୋମବାର ସୂଚନା ଦେଇଛନ୍ତି ଯେ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଭ୍ରାମ୍ୟମାଣ ଗାଡ଼ି ଯୋଗେ ଦିଲ୍ଲୀରେ କିଲୋ ପ୍ରତି ୨୪ ଟଙ୍କାରେ ପିଆଜ ବିକ୍ରି କରାଯିବ। ଏଥିପାଇଁ ପ୍ରସ୍ତୁତି କରାଯାଇଛି। କିଛି ଦିନ ଧରି ପିଆଜ ଦରରେ ବୃଦ୍ଧି ଘଟୁଥିଲା। ଏହାକୁ ନିୟନ୍ତ୍ରିତ କରିବା ପାଇଁ ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ପିଆଜ ଦର ଆକାଶ ଛୁଆଁ ରହିଛି। ଏବେ ଦିଲ୍ଲୀରେ ପିଆଜ କିଲୋ ପ୍ରତି ୮୦ ଟଙ୍କାରେ ବିକ୍ରି ହେଉଛି। ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ଅନୁସାରେ ଖୁଚୁରା ବଜାରରେ ପିଆଜ ଦର କିଲୋ ପ୍ରତି ୫୬ ଟଙ୍କା ଥିବାବେଳେ କଲକତାରେ ୪୮ ଟଙ୍କା, ଚେନ୍ନଇରେ ୩୪ ଟଙ୍କା ରହିଛି। ଗୁରୁଗ୍ରାମ ଏବଂ ଜାମ୍ମୁକରେ ପିଆଜ କିଲୋ ପ୍ରତି ୬୦ ଟଙ୍କାରେ ବିକ୍ରି ହେଉଛି।

Comments are closed.