ଶାହାରୁଖ୍‍, ସଲମାନଙ୍କୁ ପଛରେ ପକାଇ ଦୀପିକା ୧ନମ୍ବର

0

ନୂଆଦିଲ୍ଲୀ : ଫିଲ୍ମ ୱେବସାଇଟ୍‍ ଆଇଏମଡିବି ଦ୍ୱାରା ମଙ୍ଗଳବାର ପ୍ରକାଶିତ ହୋଇଥିବା ଭାରତୀୟ ସିନେମାର ଶୀର୍ଷ ୧୦ତାରକାଙ୍କ ତାଲିକାରେ ଦୀପିକା ପ୍ରଥମ ସ୍ଥାନ ଗ୍ରହଣ କରିଛନ୍ତି। ସେ ଶାହାରୁଖ୍‍, ସଲମାନଙ୍କ ଭଳି ତାରକାଙ୍କୁ ମଧ୍ୟ ପଛରେ ପକାଇ ଏହି ବାଜି ମାରିନେଇଛନ୍ତି। ଏହି ତାଲିକା ଆଇଏମଡିବି ପ୍ରୋ ଷ୍ଟାର ମିଟର ର‍୍ୟାଙ୍କିଂକୁ ନେଇ ପ୍ରସ୍ତୁତ କରାଯାଏ। ଯାହାକି ଆଇଏମଡିବିର ୨୫କୋଟି ମାସିକ ଭିଜିଟର୍ସଙ୍କ ବାସ୍ତବିକ ପେଜ୍‍ ଭ୍ୟୁଜ୍‍ ଉପରେ ଆଧାରିତ।

ଏହି ତାଲିକାରେ ଶାହାରୁଖ୍‍ ଖାନ୍‍ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ପରେ ଅମିର ଖାନ୍‍, ଐଶ୍ୱର୍ଯ୍ୟା ରାୟ, ସଲମାନ ଖାନ୍‍, କ୍ୟାଟ୍ରିନା କୈଫ୍‍, କୁବ୍ରା ସୈତ୍‍, ଇରଫାନ୍‍ ଖାନ୍‍, ରାଧିକା ଆପ୍ଟେ ଓ ଅକ୍ଷୟ କୁମାରଙ୍କ ନାମ ପର୍ଯ୍ୟାୟକ୍ରମେ ତାଲିକାଭୁକ୍ତ ହୋଇଛି।

Leave A Reply