ଆଲୋକର ପର୍ବ ଦୀପାବଳି

0

ଦୀପାବଳି ଭାରତବର୍ଷରେ ଦିନ୍ଦୁମାନଙ୍କ ଦ୍ୱାରା ପାଳନ ହେଉଥିବା ଏକ ବଡ ପର୍ବ ଅଟେ। ଦୀପମାନଙ୍କର ସ୍ୱତନ୍ତ୍ର ପର୍ବ ହେବା କାରଣରୁ ଏହାକୁ ଦୀପାବଳି ବା ଦିବାଲୀ ବୋଲି କୁହାଯାଇଥାଏ। ଦୀପାବଳିର କିଛି ଦିନ ପୂର୍ବରୁ ସଭିଏଁ ନିଜର ଘରକୁ ସଫାସୁତୁରା କରି ଥାଆନ୍ତି। କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ପାଳନ କରାଯାଉଥିବା ଏହି ପର୍ବରେ ଦୀପର ପ୍ରଜ୍ୱଳନ ଅନ୍ଧକାରକୁ ଦୂର କରିଥାଏ। ସମସ୍ତ ଧର୍ମ ସମ୍ପ୍ରଦାୟର ଲୋକେ ଏହାକୁ ଖୁବ ଧୁମଧାମର ସହ ପାଳନ କରିଥାଆନ୍ତି। ବିଭିନ୍ନ ଧର୍ମର ଲୋକେ ଏହାକୁ ପାଳନ କରିବା ସହ ସଭିଁଙ୍କ ମନରେ ଭଲପାଇବାର ଦୀପ ଅର୍ଥାତ ଲୋକେ ଖୁବ ଆନନ୍ଦ ଓ ଉଲ୍ଲାସର ସହ ଏହାକୁ ପାଳନ କରିଥାଆନ୍ତି। ସମସ୍ତେ ନିଜ ନିଜ ଘରକୁ ସଫା କରିବା ସହ ଘରେ ଭିନ୍ନ ଭିନ୍ନ ପ୍ରକାରର ମିଠା,ପିଠା,ନମ୍‍କିନ୍‍ ଦ୍ରବ୍ୟ ପ୍ରସ୍ତୁତ କରିଥାଆନ୍ତି। ପରିବାର ସଦସ୍ୟ, ବନ୍ଧୁମାନେ ପରସ୍ପରକୁ ଉପହାର ମଧ୍ୟ ଦେଇଥାଆନ୍ତି।

ହିନ୍ଦୁ ଶାସ୍ତ୍ରରେ ଯେକୌଣସି ପୂଜାରେ ଦୀପ ଅର୍ପଣ ବିନା, ପୂଜା ଅସଂପୂର୍ଣ୍ଣ ବୋଲି କୁହାଯାଏ। ଦୀପାବଳି ପର୍ବରେ ଦୀପ ମାନଙ୍କର ନିଜର ହିଁ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ଏହି ସ୍ୱତନ୍ତ୍ର ଦିନରେ ଦୀପ ବିନା ଏହି ପର୍ବର କଳ୍ପନା ମଧ୍ୟ କରାଯାଇପାରିବ ନାହିଁ। ଦୀପାବଳି ପର୍ବ ସଭିଁଙ୍କ ପାଇଁ ଏକ ମୁଖ୍ୟ ପର୍ବ ଅଟେ। ବିଶେଷ କରି ଏହା ଦିନ୍ଦୁମାନଙ୍କର ମୁଖ୍ୟ ପର୍ବମାନଙ୍କ ମଧ୍ୟରୁ ଗୋଟିଏ। ଏହି ଦିନ ସମସ୍ତେ ମା’ଲକ୍ଷ୍ମୀଙ୍କୁ ନିଜ ଗୃହକୁ ସ୍ୱାଗତ କରିବା ପାଇଁ ଶ୍ରଦ୍ଧାର ସହ ତାଙ୍କର ପୂଜାର୍ଚ୍ଚନା କରିଥାଆନ୍ତି। ଏହି ଦିନରେ ଦୀପ ପ୍ରଜ୍ୱଳନର ବିଶିଷ୍ଟ ମହତ୍ତ୍ୱ ରହିଛି। ତେଲର ଦୀପ ଜଳାଇବା ଦ୍ୱାରା ବହୁ ଉତ୍ତମ ଫଳ ପ୍ରାପ୍ତି ହୋଇଥାଏ। ଏହା ଦ୍ୱାରା ମା’ଙ୍କର ବିଶେଷ କୃପା ମଧ୍ୟ ମିଳିଥାଏ। ଦୀପ ପ୍ରଜ୍ୱଳନ କରିବା ଦ୍ୱାରା ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ।

ଗୃହରେ ଠାକୁରଙ୍କ ପାଖରେ ଦୀପ ପ୍ରଜ୍ୱଳନ କରିବା ଦ୍ୱାରା ସୁଖସମୃଦ୍ଧି, ଧନସମ୍ପତ୍ତି ଆଦି ପ୍ରାପ୍ତି ହୋଇଥାଏ।

ମୁଖ୍ୟ ଦ୍ୱାର ନିକଟରେ ଦୀପ ଲଗାଇଲେ ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ।

ରାଶି ତେଲରେ ଦୀପ ଜଳାଇବା ଦ୍ୱାରା ଗୃହରୁ ଅଶାନ୍ତି ଦୂର ହୋଇଥାଏ।

ମନ୍ଦିରରେ ଦୀପ ପ୍ରଜ୍ଜଳନ ଏବଂ ବିଭିନ୍ନ ରଙ୍ଗରେ ଝୋଟି ଅଙ୍କନ କରିବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।

ଗୃହରେ ମିଠା ଖାଦ୍ୟଦ୍ରବ୍ୟ, ପିଠାପଣା ପ୍ରସ୍ତୁତ କରିବା ସହ ଭୋଗ କରିବା ଦ୍ୱାରା ମଧ୍ୟ ଆଶୀର୍ବାଦ ମିଳିତାଏ।

ସନ୍ଧ୍ୟା ସମୟରେ ପିଲା ଠାରୁ ବୟସ୍କମାନେ ସମସ୍ତେ ବାଣ ଫୁଟାଇ ଥାଆନ୍ତି। ବେଶ ଆନନ୍ଦ ଉଲ୍ଲାସ ସହ ଏହି ପର୍ବକୁ ପାଳନ କରିଥାଆନ୍ତି।

ଆଲେଖ୍ୟ – ସସ୍ମିତା ମହାନ୍ତି

 

Leave A Reply