ଦୀପାବଳି , ପଞ୍ଚୁପାଣ୍ଡବ , ରାଜା ବିକ୍ରାମାଦିତ୍ୟ

0

ଦୀପାବଳି ସହ ଅନେକ ପୌରଣିକ କଥା ଓ କାହାଣୀ ଯୋଡି ହୋଇ ରହିଛି । ଦୀପାବଳି ସହ ପଞ୍ଚୁପାଣ୍ଡଙ୍କର ରାଜ୍ୟକୁ ପୁର୍ନଆଗମନ ଓ ରାଜା ବିକ୍ରମାଦିତ୍ୟାଙ୍କର ରାଜ୍ୟାଭିଷେକ କଥା ଯୋଡି ହୋଇ ରହିଛି ।

ନିଜ ରାଜ୍ୟକୁ ଫେରିଥିଲେ ପାଣ୍ଡବ: ମହାଭାରତ କାହାଣୀ ଅନୁଯାୟୀ ମାମୁଁ ଶକୁନୀର ପସାପାଲ୍ଲୀ ଖେଳରେ ଫଶି ପଞ୍ଚୁ-ପାଣ୍ଡବ ସର୍ବହରା ହୋଇଥିଲେ । ଏହା ସହ ସେମାନଙ୍କୁ ରାଜ୍ୟ ଛାଡି ୧୩ ବର୍ଷ ପାଇଁ ବନବାସ ଯିବାକୁ ପଡିଥିଲା। ଏହି କାର୍ତ୍ତିକ ମାସ ଅମାବାସ୍ୟ ଦିନ ପଞ୍ଚୁ-ପାଣ୍ଡବ ଯୁଧିଷ୍ଠରୀ, ଭୀମ, ଅର୍ଜୁନ, ନକୁଳ ଓ ସହଦେବ ନିଜ ରାଜ୍ୟକୁ ଫେରିଥିଲେ । ରାଜ୍ୟବାସୀ ପଞ୍ଚୁ ପଣ୍ଡବଙ୍କ ଫେରିବା ଖୁସିରେ ଦୀପ ଜଳାଇ ଉତ୍ସବ ପାଳନ କରିଥିଲେ । ଏହା ମଧ୍ୟ ଦୀପାବଳି ପାଳନ ମୁଖ୍ୟ କାରଣ ଅଟେ ।

ରାଜା ବିକ୍ରମାଦିତ୍ୟଙ୍କ ରାଜ୍ୟାଭିଷେକ: ରାଜା ବିକ୍ରମାଦିତ୍ୟ ପ୍ରାଚୀନ ଭାରତର ଏକ ମହାନ ସମ୍ରାଟ ଥିଲେ। ତାଙ୍କୁ ଆଦର୍ଶ ରାଜା ମଧ୍ୟ କୁହାଯାଏ । ତାଙ୍କର ଉଦାରତା, ସାହସ, ବିଦ୍ବାନ୍ ଗୁଣ ଯୋଗୁଁ ରାଜ୍ୟବାସୀଙ୍କ ହଦୟରେ ସ୍ଥାନ ସୃଷ୍ଟି କରିଥିଲେ । କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ରାଜା ବିକ୍ରମାଦିତ୍ୟଙ୍କ ରାଜ୍ୟାଭିଷେକ ହୋଇଥିଲା।

ଆଲେଖ୍ୟ- ବୈ଼ଜୟନ୍ତୀ ନାୟକ

Leave A Reply