ଦୀପାବଳିରେ ଲକ୍ଷ୍ମୀଙ୍କ କୃପା ପାଇଁ ଏହି ରଙ୍ଗର ବସ୍ତ୍ର ଧାରଣ କରନ୍ତୁ

0

ମା’ ଲକ୍ଷ୍ମୀଙ୍କ ଉପାସନାର ପର୍ବ ଦୀପାବଳି । ଏହି ବର୍ଷ ଦୀପାବଳି ୭ ନଭେମ୍ବରରେ ପାଳନ କରାଯିବ। ଏଥିପାଇଁ ଦୋକାନ, ବଜାରରେ ଭିନ୍ନ ଭିନ୍ନ ପ୍ରକାରର ସାଜସଜ୍ଜା ଦ୍ରବ୍ୟ, ବାଣ ଓ ଦୀପ ଉପଲବ୍ଧ । ଦୀପାବଳି ଦିନ ମା’ ଲକ୍ଷ୍ମୀ ଉପାସନା କରାଯାଇଥାଏ । ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ କିଛି ନୀତି ନିୟମ ମାନିବାକୁ ପଡିଥାଏ। ମା’ ଲକ୍ଷ୍ମୀଙ୍କ କୃପାରୁ ଧନ ବୃଦ୍ଧି ହୋଇଥାଏ।

ଦୀପାବଳି ଦିନ ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ପାଇଁ ରଙ୍ଗର ଅଧିକ ମହତ୍ତ୍ବ ରହିଛି। ଦୀପାବଳିରେ ପୂଜା କରିବା ସମୟରେ ଉଚିତ ରଙ୍ଗର ପୋଷାକ ପିନ୍ଧିବା ଦ୍ବାରା ମା’ ଲକ୍ଷ୍ମୀଙ୍କ କୃପା ପାଇପାରିବା। ଆସନ୍ତୁ ଜାଣିବା ଦୀପାବଳିରେ କେଉଁ ରଙ୍ଗର ପୋଷାକ ପିନ୍ଧିବା ଉଚିତ ..

ନୂତନ ଆଶା, ସୁଖ ପାଇଁ ହଳଦିଆ ରଙ୍ଗ:

ହଳଦିଆ ରଙ୍ଗକୁ ଶୁଭ ବୋଲି କୁହାଯାଏ। ହଳଦିଆ ରଙ୍ଗର ଉତ୍ପତ୍ତି ସୂର୍ୟ୍ୟଙ୍କ କିରଣରୁ ହୋଇଛି। ଏହି ରଙ୍ଗର ପୋଷାକ ଧାରଣ କରିବା ଦ୍ବାରା ମନୁଷ୍ୟଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଥାଏ। କୁହାଯାଇଛି ଯେ, ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ପୂଜାରେ ହଳଦିଆ ବସ୍ତ୍ର ଧାରଣ କରିବା ଅତ୍ୟନ୍ତ ଶୁଭ। ଏହି ରଙ୍ଗ ଭାଗ୍ୟରେ ଉନ୍ନତି ଆଣିଥାଏ। ତେଣୁ ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ସମୟରେ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ।

ସମସ୍ତ କ୍ଷେତ୍ରରେ ଉନ୍ନତି ପାଇଁ ସବୁଜ ରଙ୍ଗ:

ଦୀପାବଳିରେ ଆପଣ ସମସ୍ତ ପ୍ରକାର ରଙ୍ଗର ପୋଷାକ ପିନ୍ଧି ପାରିବେ। କିନ୍ତୁ ସବୁଜ ରଙ୍ଗର ପୋଷାକ ପିନ୍ଧିବା ଅଧିକ ଶୁଭ ହେବ। ସବୁଜ ରଙ୍ଗର ପୋଷାକ ଧାରଣ କରି ମା’ ଲକ୍ଷ୍ମୀଙ୍କ ପୂଜା କରିବା ଶୁଭ ଅଟେ। ଏହି ରଙ୍ଗ ବିଶ୍ବାସ, ସୁଖଶାନ୍ତି, ସମୃଦ୍ଧି ଓ ପ୍ରଗତିର ପ୍ରତୀକ ଅଟେ।

ନୂତନ ପୋଷାକ:

ଦୀପାବଳିରେ ନୂତନ ପୋଷାକ ପିନ୍ଧି ପୂଜା କରିବା ଉଚିତ। ଯଦି ନୂଆ ପୋଷାକ ନ ପିନ୍ଧନ୍ତି ତେବେ ପରିଷ୍କାର ପୋଷାକ ପିନ୍ଧନ୍ତୁ। ଅପରିଷ୍କାର ପୋଷାକ ପିନ୍ଧି ପୂଜା କରନ୍ତୁ ନାହିଁ। ଏହାଦ୍ବାରା ମା’ ଲକ୍ଷ୍ମୀଙ୍କ କୋପର ଶିକାର ହେବାକୁ ପଡିଥାଏ। ସ୍ନାନ ସାରି ନୂତନ ପୋଷାକ ପିନ୍ଧି ପୂଜାରେ ବସିବା ଉଚିତ।

କଳା ପୋଷାକ ପିନ୍ଧନ୍ତୁ ନାହିଁ:

ଦୀପାବଳିରେ କଳା ପୋଷାକ ଧାରଣ କରନ୍ତୁ ନାହିଁ। କଳା ରଙ୍ଗକୁ ନିରାଶର ପ୍ରତୀକ କୁହାଯାଇଛି। ପୂଜା ସମୟରେ କଳା ରଙ୍ଗର ପୋଷାକ ପିନ୍ଧିବା ଅଶୁଭ ଅଟେ। ତେଣୁ ଭୁଲରେ କଳା ରଙ୍ଗର ପୋଷାକ ପିନ୍ଧି ପୂଜା କରନ୍ତୁ ନାହିଁ।

ଆଲେଖ୍ୟ – ପ୍ରଜ୍ଞାସିନୀ ମଲ୍ଲିକ

 

Leave A Reply