ଟ୍ବେଣ୍ଟି-୨୦ ମାନ୍ୟତାର ୪୨ନଂରେ ଦୀପକ ଚହର୍‌

ଦୁବାଇ : ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଦୀପକ ଚହର୍‌ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୭ ରନ୍‌ ବିନିମୟରେ ୬ଟି ୱିକେଟ୍‌ ହାସଲ କରି ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି। ଏପରି ପ୍ରଭାବୀ ପ୍ରଦର୍ଶନ ବଳରେ ଦୀପକ ଟ୍ବେଣ୍ଟି୨୦ ବୋଲର ମାନ୍ୟତାରେ ୮୮ଟି ସ୍ଥାନ ଉପରକୁ ଉଠି ୪୨ନଂରେ ରହିଥିବା ସଦ୍ୟ ପ୍ରକାଶିତ ମାନ୍ୟତାରୁ ଜଣାପଡ଼ିଛି।

ଅନ୍ୟପକ୍ଷରେ ବୋଲର ମାନ୍ୟତାରେ ସ୍ପିନରମାନେ ଶୀର୍ଷ ସ୍ଥାନ ଦଖଲ କରି ରଖିଥିବା ଜଣାପଡ଼ିଛି। ଆଫଗାନିସ୍ତାନର ରସିଦ୍‌ ଖାନ୍‌ ମାନ୍ୟତାର ଶୀର୍ଷ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡର ସ୍ପିନର ମିଚେଲ୍‌ ସାଣ୍ଟ୍‌ନର ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଶ୍ରୀଲଙ୍କା ଓ ପାକିସ୍ତାନ ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲିଆର ଆଷ୍ଟନ୍‌ ଆଗର୍‌ ମାନ୍ୟତାରେ ୫୭ଟି ସ୍ଥାନ ଉପରକୁ ଉଠି ୯ମ ସ୍ଥାନରେ ରହିଥିବା ବେଳେ ସ୍କଟ୍‌ଲାଣ୍ଡର ମାର୍କ ୱାଟ୍‌ ନିଜ ପ୍ରଭାବୀ ପ୍ରଦର୍ଶନ ବଳରେ ୧୩ଟି ସ୍ଥାନ ଉପରକୁ ଉଠି ୧୫ନଂରେ ରହିଛନ୍ତି।

ବ୍ୟାଟସମ୍ୟାନ୍‌ ମାନ୍ୟତାରେ ଶ୍ରେଷ୍ଠ ଭାରତୀୟ ଭାବେ ରୋହିତ ଶର୍ମା ୭ମ ସ୍ଥାନରେ ରହିଥିବା ବେଳେ କେଏଲ୍‌ ରାହୁଲ ଗୋଟିଏ ସ୍ଥାନ ଉପରକୁ ଉଠି ୮ମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ବ୍ୟାଟସମ୍ୟାନ୍‌ ଡାୱିଡ୍‌ ମାଲାନ୍ ୩ୟ ସ୍ଥାନରେ ରହିଥିବା ବେଳେ ପାକିସ୍ତାନର ବାବର ଆଜମ୍‌ ୪ର୍ଥ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ଆରୋନ୍ ଫିଞ୍ଚ୍‌ ଦୁଇଟି ସ୍ଥାନ ଉପରକୁ ଉଠି ମାନ୍ୟତାର ୨ନଂରେ ରହିଛନ୍ତି। ଇଂଲଣ୍ଡ ଦଳର ଅଧିନାୟକ ଇଅନ୍‌ ମୋର୍ଗାନ୍ ଓ ନ୍ୟୁଜିଲାଣ୍ଡର ଓପନର୍‌ ମାର୍ଟିନ୍‌ ଗପଟିଲ୍‌ ଯୁଗ୍ମ ଭାବେ ୯ମ ସ୍ଥାନରେ ରହିଥିବା ବେଳେ ଭାରତ ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍‌ରେ ୧୪୩ ରନ୍‌ ସଂଗ୍ରହ କରିଥିବା ବାଂଲାଦେଶ ବ୍ୟାଟସମ୍ୟାନ୍ ମହମ୍ମ ନଇମ୍‌ ଯୁଗ୍ମ ଭାବେ ଇଂଲଣ୍ଡ ବ୍ୟାଟସମ୍ୟାନ୍‌ ବେୟାରଷ୍ଟୋଙ୍କ ସହ ୩୮ନଂ​‌େ​‌ର ରହିଛନ୍ତି। ପାପୁଆ ନ୍ୟୁଗିନି ବ୍ୟାଟସମ୍ୟାନ୍‌ ଟୋକି ଉରା ୩୭ନଂରେ ରହିଥିବା ବେଳେ ସ୍କଟଲାଣ୍ଡର କାଲୁମ୍‌ ମ୍ୟାକ୍‌ଲେଅଡ୍‌ ୫ଟି ସ୍ଥାନ ଉପରକୁ ଉଠି ୪୪, ୟୁଏଇର ମହମ୍ମଦ ଉସମାନ୍ ୧୮ଟି ସ୍ଥାନ ଉପରକୁ ଉଠି ୪୫ ଓ ଓମାନ ଓପନର୍‌ ଜତିନ୍ଦର ସିଂହ ୫୪ଟି ସ୍ଥାନ ଉପରକୁ ଉଠି ୪୬ନଂରେ ରହିଛନ୍ତି।

ଅଲରାଉଣ୍ଡର ମାନ୍ୟତାରେ ଆଫଗାନିସ୍ତାନର ମହମ୍ମଦ ନବି ପ୍ରଥମଥର ପାଇଁ ଶୀର୍ଷ ସ୍ଥାନ ହାସଲ କରିଥିବା ବେଳେ ଓମାନ୍‌ର ଜେସାନ୍‌ ମକ୍‌ସୁଦ୍‌ ୧୧ଟି ସ୍ଥାନ ଉପରକୁ ଉଠି ୬ଷ୍ଠ ସ୍ଥାନରେ ରହିଛନ୍ତି। ଦଳଗତ ମାନ୍ୟତାରେ ପାକିସ୍ତାନ ୨୭୦ ପଏଣ୍ଟ ସହ ଶୀର୍ଷରେ ରହିଥିବା​ ବେଳେ ଅଷ୍ଟ୍ରେଲିଆ ୨୬୯ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି। ଇଂଲଣ୍ଡ ୩ୟ, ଦକ୍ଷିଣ ଆଫ୍ରିକା ୪ର୍ଥ ଓ ଭାରତ ୫ମ ସ୍ଥାନରେ ରହିଛି।

Comments are closed.