ମୁମ୍ବଇ ଫେରିଲେ ଦୀପ-ବୀର : ଜାଣନ୍ତୁ ବିବାହରେ ଖର୍ଚ୍ଚ ହେଲା କେତେ ?

0

ମୁମ୍ବଇ : ଦୀପିକା ପାଦୁକୋନ୍‍ ଓ ରଣବୀର ସିଂହ ଇଟାଲୀରେ ବିବାହ ସାରି ୧୮ ନଭେମ୍ବରରେ ମୁମ୍ବଇ ଫେରିଛନ୍ତି। ମୁମ୍ବଇ ବିମାନ ବନ୍ଦରରେ ଦୁହିଁଙ୍କ ପ୍ରଶଂସକ ଓ ଗଣମାଧ୍ୟମ ତାଙ୍କୁ ଆନନ୍ଦ ଓ ଉତ୍ସାହ ସହ ସ୍ୱାଗତ କରିଛନ୍ତି। ସେଠାରେ ଦୀପିକା ଓ ରଣବୀରଙ୍କୁ ଏକା ଭଳି ପୋଷାକରେ ଦେଖିବାକୁ ମିଳିଥିଲା। ଦୀପିକା ମଥାରେ ସିନ୍ଦୁର, ଗଳାରେ ମଙ୍ଗଳସୂତ୍ର ଓ ହାତରେ ଚୁଡ଼ି ପିନ୍ଧି ନବବଧୂ ରୂପରେ ନଜର ଆସିଥିଲେ।

ସୂଚନା ଅନୁସାରେ, ଦୁହେଁ ନିଜ ବିବାହରେ ପ୍ରାୟ ୧୭କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଦୀପିକା ବାହାଘରରେ ୧.୫କୋଟି ଟଙ୍କାର ଲେହେଙ୍ଗା ପିନ୍ଧିଥିଲେ। ସେହିପରି ତାଙ୍କ ନିର୍ବନ୍ଧ ମୁଦି ୩କୋଟି ଟଙ୍କାର ଥିଲା। ଏଥିସହିତ ଦୀପିକାଙ୍କ ମଙ୍ଗଳସୂତ୍ରର ଦାମ୍‍ ୨୦ଲକ୍ଷ ବୋଲି କୁହାଯାଉଛି।

ବିବାହ ପରେ ଦୁହିଁଙ୍କ ହାତରେ ଏବେ ଅନେକ ଚଳଚ୍ଚିତ୍ରର ଅଫର୍‍ ରହିଛି। ଆପଣଙ୍କ ଅବଗତ ପାଇଁ ଜଣାଇ ଦେଉଛୁ ଯେ, ଗୋଟିଏ ଚଳଚ୍ଚିତ୍ର ପାଇଁ ରଣବୀର ୮କୋଟି ଟଙ୍କା ଦାବି କରିଥାଆନ୍ତି। ସେହିପରି ଦୀପିକା ମଧ୍ୟ ଗୋଟିଏ ଚଳଚ୍ଚିତ୍ର ପାଇଁ ୯କୋଟି ଟଙ୍କା ପାରିଶ୍ରମିକ ଦାବି କରିଥାଆନ୍ତି।

Leave A Reply