ବିଧାୟକଙ୍କୁ ଖୋଜିବ ପୁଲିସର ସ୍ୱତନ୍ତ୍ର ପୁଲିସ ଟିମ୍‍

0

ଭୁବନେଶ୍ୱର : ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ଅଶ୍ଳୀଳ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ କନ୍ଧମାଳ ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି। ଏଥିପାଇଁ ପୁଲିସ ଦୁଇଟି ସ୍ୱତନ୍ତ୍ର ଟିମ୍‍ ଗଠନ କରିଛି। ଏହି ସ୍କ୍ୱାର୍ଡ ବିଧାୟକଙ୍କୁ ଖୋଜିବ ବୋଲି ଜିଲା ଏସପି ପ୍ରତୀକ ସିଂହ କହିଛନ୍ତି। ଭିଡିଓ ଭାଇରାଲ ଘଟଣାର ଏକ ମାମଲା ରୁଜୁ ହୋଇଛି। ଭିଡିଓ ଭାଇରାଲ କରିଥିବା ମହିଳାଙ୍କ ନାମରେ ମାମଲା ରୁଜୁ ହୋଇଛି।
ସୂଚନା ଯୋଗ୍ୟ ଯେ,ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ଅଶ୍ଳୀଳ ଭିଡିଓ ଶୁକ୍ରବାର ଠାରୁ ଭାଇରାଲ ହୋଇଛି। ଏହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ଯାହାକୁ ନେଇ ପୁଲିସ ଏଭଳି ପଦକ୍ଷପ ଗ୍ରହଣ କରିଛି।

Leave A Reply