ସହିଦଙ୍କ ସମ୍ପର୍କୀୟଙ୍କୁ ତଣ୍ଟିଆ ମାରି କ୍ଷମା ମାଗିଲେ ଦେବାଶିଷ ସାମନ୍ତରାୟ

0

କଟକ : ସହିଦଙ୍କ ସମ୍ପର୍କୀୟଙ୍କୁ ତଣ୍ଟିଆ ମାରିବା ପ୍ରସଙ୍ଗରେ କଟକ-ବାରବାଟୀ ବିଧାୟକ ଦେବାଷିଷ ସାମନ୍ତରାୟ କ୍ଷମା ମାଗିଥିବା ଜଣାପଡିଛି। ଯାହା କିଛି ଘଟିଛି ତାଙ୍କ ଅଜାଣତରେ ଘଟିଛି ବୋଲି ଦେବାଶିଷ କହିଛନ୍ତି। ସେ କହିଛନ୍ତି ମୁଁ ସେଦିନ ସେଠାରେ ରହି ସହିଦଙ୍କ ପରିବାରକୁ ସାନ୍ତ୍ବନା ଦେଉଥିଲି। ସଂପୃକ୍ତ ବ୍ୟକ୍ତି  ଜଣଙ୍କ ସହିଦଙ୍କ ସମ୍ପର୍କୀୟ ବୋଲି ଜାଣିନଥିଲି। ଏହି ଘଟଣାକୁ ନେଇ କାହା ମନରେ ଆଘାତ ଲାଗିଥିଲେ ମୁଁ କ୍ଷମା ମାଗୁଛି। ମାତ୍ର ଏହି ଘଟଣାକୁ ନେଇ ରାଜନୀତି କରାନଯାଉ ବୋଲି ଦେବାଶିଷ କହିଛନ୍ତି।

ସୂଚନା ମୁତାବକ, ପୂର୍ବରୁ ସହିଦଙ୍କୁ ଦାଦାଙ୍କୁ ବିଧାୟକ ତଣ୍ଟିଆ ମାରିବାର ଏକ ଭିଜୁଆଲ ଭାଇରାଲ ହୋଇଥିଲା।

Leave A Reply