ଭାଲୁ ଅକ୍ରମଣରେ ୨ ଆହତ

ଦେବଗଡ: ଦେବଗଡ ଥାନା ଅନ୍ତର୍ଗତ ରମ୍ଭେଇ ପଞ୍ଚାୟତର ରଙ୍ଗମାଟିଆ ଗ୍ରାମରେ ଆଜି ଭାଲୁ ଆକ୍ରମଣରେ ଗ୍ରାମର ନବ ଦୀପ (୩୫) ଓ ସୁରେଶ ନାୟକ(୪୫) ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ରଙ୍ଗମାଟିଆ ଗ୍ରାମର ନବ ଦୀପ ଓ ସୁରେଶ ନାୟକ ଆଜି ପୂର୍ବାହ୍ନରେ ଶିଆଳି ପତ୍ର ତୋଳିବା ନିମନ୍ତେ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଏକ ଜଙ୍ଗଲୀ ଭାଲୁ ସେମାନଙ୍କୁ ଆକ୍ରମଣ କରିବାରୁ ଉଭୟ ଆହତ ହେବାସହ ମିଳିତ ଭାବେ ଭାଲୁକୁ ମୁକାବିଲା କରି ଭାଲୁ କବଳରୁ ରକ୍ଷା ପାଇବା ସହ ଆହତ ଜନିତ କାରଣରୁ ଦୀର୍ଘସମୟ ପରେ ଗାଁକୁ ଫେରିଥିଲେ। ପରିବାର ଲୋକେ ସେମାନଙ୍କୁ ଚିକିତ୍ସା ନିମନ୍ତେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସେମାନେ ଏବେ ମଧ୍ୟ ସେଠାରେ ଚିକିତ୍ସାଧିନ ଥିବା ଜଣାପଡିଛି।

Comments are closed.