ସେଲଫି ନେଲା ଯୁବକଙ୍କ ଜୀବନ

0

ରାୟଗଡା : ସେଲଫି ନେଲା ଜୀବନ। ଝୁଲାପୋଲରେ ସେଲଫି ନେବା ନଦୀରେ ଖସି ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ରାୟଗଡା ଜିଲାରେ ଏପରି ଅଭାବନୀୟ ଘଟଣା ଘଟିଛି। ଅଗ୍ନିଶମ ବିଭାଗ ଦ୍ବାରା ତାଙ୍କର ମୃତଦେହ ନଦୀ ମଧ୍ୟରୁ ଉଦ୍ଧାର ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ନାଗାବଳୀ ନଦୀର ଝୁଲାପୋଲ ନିକଟରେ ଯୁବକ ଜଣଙ୍କ ସେଲ୍‌ଫି ନେଉଥିଲେ। ସେହି ସମୟରେ ସେ ପାଣି ଭିତରକୁ ଖସି ପଡିଥିଲେ। ପାଣିର ସ୍ରୋତ ଅଧିକ ଥିବାରୁ ସେ ନଦୀରେ ଭାସି ଯାଇଥିଲେ। ଅନେକ ସମୟ ଖୋଜାଖୋଜି କରିବା ପରେ ଅଗ୍ନିଶମ ବାହିନୀ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ମୃତକ ଜଣକ ଆନ୍ଧ୍ରପ୍ରଦେଶର କୋତାବାଲସାର ଟି.ଗଙ୍ଗାରାଜୁ ବୋଲି ଜଣାପଡ଼ିଛି। ମୃତ ଯୁବକ ଜଣକ ଅନ୍ୟ ୧୩ ଜଣଙ୍କ ସହ ମଝିଘରିଆଣୀ ମନ୍ଦିର ଦର୍ଶନ କରିବାକୁ ଆସିଥିଲେ। ଅନ୍ୟପଟେ ଘଟଣାକୁ ନେଇ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ଏହା ପୂର୍ବରୁ ନାଗାବଳୀ ନଦୀରେ ଏଭଳି ଅଘଟଣ ଘଟିଥିବାର ସୂଚନା ମିଳିଛି।

Leave A Reply