ସାପ କାମୁଡାରେ ଯୁବକ ମୃତ

ଖଡିଆଳ: ନୂଆପଡା ଜିଲା ଖଡିଆଳ ବ୍ଲକ ନେହେନା ପଞ୍ଚାୟତ ଚିଚେର ଗ୍ରାମର ଜଣେ ଯୁବକ ଏକ ବିଷାକ୍ତ ସାପ କାମୁଡାରେ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ , ଗତ ୯ ତାରିଖ ଦିନ ଚିଚେର ଗ୍ରାମର ସନ୍ଦିପ ବାଗ(୨୭) ନାମକ ଯୁବକ ଘରେ ଶୋଇଥିବା ଅବସ୍ଥାରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡିଥିଲା। ପରେ ତାଙ୍କୁ ଖଡିଆଳ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଖଡିଆଳ ସ୍ଥିତ ମିଶନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଖଡିଆଳ ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣା ପଡ଼ିଛି।

Comments are closed.